ଗୀତସଂହିତା
Chapter 98
ଓଡ଼ିଆ ବାଇବେଲ1ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !
2ତାଙ୍କର ପବିତ୍ର ଦକ୍ଷିଣ ହସ୍ତ ତାଙ୍କୁ ଆଉଥରେ ଗୌରବ ଆଣିଛ।
3ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ଯରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦଖାଇେଛନ୍ତି।
4ଇଶ୍ରାୟେଲୀୟମାନଙ୍କ ପ୍ରତି ପରମେଶ୍ବରଙ୍କ ପ୍ରମେ ଓ ବିଶ୍ବସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ବରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
5ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର।
6ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
7ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର।
8ସମୁଦ୍ର ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର।
9ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.