Home ଗୀତସଂହିତା 93 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 93

ଓଡ଼ିଆ ବାଇବେଲ
1ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶା୍ବସକୁ ଧରିଛନ୍ତି। ଏହା ୟପରେି ଟଳମଳ ହାଇେ ନ ୟାଏ।
2ହେ ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା, ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।
4ଜଳରାଶିର ଧ୍ବନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଉର୍ଦ୍ଧ୍ବସ୍ଥ ସଦାପ୍ରଭୁ ବଳବାନ।
5ହେ ସଦାପ୍ରଭୁ, ତୁମ୍ଭର ବ୍ଯବସ୍ଥା ସର୍ବଦା ରହିବ। ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାଯୀ ରହିବ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme