Home ଗୀତସଂହିତା 116 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 116

ଓଡ଼ିଆ ବାଇବେଲ
1ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।
2ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।
3ମୃତ୍ଯୁର ରଜ୍ଜୁ ଚତୁଃପାଶର୍‌ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4ଏହାପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି, ମୁଁ କହିଲି, ହେ ସଦାପ୍ରଭୁ ମାେତେ ରକ୍ଷା କର!
5ସଦାପ୍ରଭୁ ହେଉଛନ୍ତି ଧର୍ମମଯ ଓ ଦୟାଳୁ ଏବଂ ୟାହା ୟଥାର୍ଥ ସେ କରନ୍ତି। ଆମ୍ଭମାନଙ୍କର ପରମେଶ୍ବର ଦୟାଳୁ ଅଟନ୍ତି।
6ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତବେେଳେ ଦିନହୀନ ଥିଲି ସଦାପ୍ରଭୁ ମାେତେ ରକ୍ଷା କଲେ।
7ହେ ମାରେ ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭପ୍ରତି ମଙ୍ଗଳମଯ ଅଟନ୍ତି।
8ସଦାପ୍ରଭୁ, ତୁମ୍ଭେ ମୃତ୍ଯୁରୁ ମାରେ ପ୍ରାଣକୁ ରକ୍ଷା କଲ। ମାରେ ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିୟିବାରୁ ମାେତେ ରକ୍ଷା କର।
9ଜୀବିତମାନଙ୍କ ଦେଶରେ ମୁଁ ସଦାପ୍ରଭୁଙ୍କ ସବୋ କରିବି।
10ଏପରିକି ମୁଁ ୟବେେ କହିଲି, ମୁଁ ବହୁତ କଷ୍ଟ ପାଛଅଛି ତଥାପି ମୁଁ ବିଶ୍ବାସ କଲି।
11ମୁଁ ଯେତବେେଳେ ଭୟରେ ଥିଲି, କହିଲି, ସମସ୍ତ ମନୁଷ୍ଯ ମିଥ୍ଯାଚାରୀ ଅଟନ୍ତି।
12ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?
13ସେ ମାେତେ ରକ୍ଷା କଲେ। ତଣେୁ ମୁଁ ତାଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
15ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ଯରୁ ସଦ୍ ଭକ୍ତମାନଙ୍କ ମୃତ୍ଯୁ ବହୁମୂଲ୍ଯ ଅଟେ।
16ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
17ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।
18ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19ମୁଁ ତାଙ୍କର ୟିରୁଶାଲମରେ ଥିବା ମନ୍ଦିରକୁ ୟିବି। ସଦାପ୍ରଭୁଙ୍କର ପ୍ରଶଂସା କର !
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme