Home ଗୀତସଂହିତା 65 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 65

ଓଡ଼ିଆ ବାଇବେଲ
1ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2ୟିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3ଯେତବେେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ଯଧିକ ହୁଏ ଓ ସହି ହୁଏ ନାହିଁ ସେତବେେଳେ ତୁମ୍ଭେ ହିଁ ଏକ ୟିଏ ଆମ୍ଭର ପାପକୁ କ୍ଷମା କରିବ।
4କେତେ ଭାଗ୍ଯବାନ୍ ସମାନେେ, ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ ରଖିବା ପାଇଁ ମନୋନୀତ କର। ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5ହେ ପରମେଶ୍ବର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯ ମାଧ୍ଯମରେ ଉତ୍ତର ଦିଅ ଓ ୟାହା ୟଥାର୍ଥ ତାହା କର। ସମଗ୍ର ବିଶ୍ବର ଲୋକମାନେ ବିଶ୍ବାସ ତୁମ୍ଭଠାରେ ରଖନ୍ତି।
6ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7ପରମେଶ୍ବର ଅଶାନ୍ତ ସମୁଦ୍ରକୁ ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁପାଶର୍‌ବର ଭୟଙ୍କର ଦେଶଗୁଡ଼ିକୁ।
8ଯେଉଁସବୁ ଅଦ୍ଦ୍ଭୂତ କାର୍ୟ୍ଯ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହାଇୟୋଆନ୍ତି। ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ। ସୂର୍ୟେ୍ଯାଦଯ ଓ ସୂର୍ୟ୍ଯାସ୍ତ ଆମ୍ଭମାନଙ୍କୁ ଖୁସି କରେ।
9ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
10ତୁମ୍ଭେ କୃଷିକ୍ଷେତ୍ରକୁ ୟଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ। ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ। ତୁମ୍ଭେ ପୃଥିବୀର ମାଟିକୁ ନରମ କର। ତୁମ୍ଭେ ପୃଥିବୀରେ ଶସ୍ଯ କ୍ଷେତ୍ରକୁ ବୃଦ୍ଧି କରାଅ।
11ତୁମ୍ଭେ ପ୍ରେତ୍ୟକକ ନୂତନ ବର୍ଷରେ ଉତ୍ତମ ଶସ୍ଯ ଅମଳ କରାଅ। ଉତ୍ତମ ଶସ୍ଯରେ ଶଗଡ଼ ଭରିଦିଅ।
12ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme