Home ଗୀତସଂହିତା 91 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 91

ଓଡ଼ିଆ ବାଇବେଲ
1ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
2ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ଆଶ୍ରଯ ଓ ଦୁର୍ଗ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ବିଶ୍ବାସ ରେଖ।
3ପରମେଶ୍ବର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
4ତୁମ୍ଭେ ପରମେଶ୍ବରଙ୍କ ନିକୟକୁ ସୁରକ୍ଷା ନିମନ୍ତେ ୟାଇପାରିବ। ପକ୍ଷୀ ତା'ର ଛୁଆମାନଙ୍କ ଉପରେ ଡ଼ଣୋ ମଲୋଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ରକ୍ଷାକାରୀ ଢ଼ାଲ ଓ ପ୍ରାଚୀର ଦୁର୍ଗ ସ୍ବରୂପ ହବେେ।
5ତୁମ୍ଭେ ରାତ୍ରିରେ ଭୟଭୀତ ହବୋର ଦରକାର ନାହିଁ। କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହବେ ନାହିଁ।
6ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ଯାହ୍ନରେ ସହାରକାରୀ ରୋଗ ବିଷଯରେ ଭୀତ ହବେ ନାହିଁ।
7ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ। ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହବେ ନାହିଁ।
8ତୁମ୍ଭେ ଦେଖିବ ୟେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହାଇେଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖିପାରିବ।
9ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ !ୟଦି ପରମେଶ୍ବରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11ପରମେଶ୍ବର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦବେେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ଯ, ସମାନେେ ତୁମ୍ଭକୁ ସୁରକ୍ଷା ଦବେେ।
12ତୁମ୍ଭଙ୍କୁ ଦୂତମାନେ ସାହାୟ୍ଯ କରିବେ, ୟପରେିକି ତୁମ୍ଭର ପାଦ ପଥରରେ ବାଡ଼ଇେ ନ ହୁଏ।
13ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଚାଲି ୟିବ। ତୁମ୍ଭେ ୟୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦବେ।
14ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।
15ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।
16ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme