ଗୀତସଂହିତା
Chapter 84
ଓଡ଼ିଆ ବାଇବେଲ1ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ ବାସ୍ତବରେ ସୁନ୍ଦର ଅଟେ।
2ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।
3ହେ ସୈନ୍ଯାଧିପତି ସଦାପ୍ରଭୁ, ମାରେ ରାଜା, ମାରେ ପରମେଶ୍ବର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ୟଜ୍ଞବଦେୀ ପାଖରେ ଏକ ବସା ପାଇଛନ୍ତି।
4ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସମାନେେ ଧନ୍ଯ, ସମାନେେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5ସହେି ଲୋକମାନେ କେତେ ଭାଗ୍ଯବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6ସମାନେେ କ୍ରନ୍ଦନ ଉପତ୍ୟକା ଦଇେ ୟାଆନ୍ତି, ଯେଉଁଠି ଏକ ଝରଣା ସୃଷ୍ଟି ହାଇେଛି। ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7ସମାନେେ ପ୍ରେତ୍ୟକକ ସିୟୋନ୍ରେ ପରମେଶ୍ବରଙ୍କ ଆଗରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି।
8ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ହେ ୟାକୁବର ପରମେଶ୍ବର, ମାରେ କଥା ଶ୍ରବଣ କର।
9ହେ ପରମେଶ୍ବର, ଆମ୍ଭର ଢ଼ାଲ ସ୍ବରୂପ ଦୃଷ୍ଟିପାତ କର ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
11ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.