ଗୀତସଂହିତା
Chapter 100
ଓଡ଼ିଆ ବାଇବେଲ1ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ଜଯ ଗାନ କର।
2ଆନନ୍ଦରେ ସଦାପ୍ରଭୁଙ୍କର ସବୋ କର। ଆନନ୍ଦର ଜଯ ଗାନ କରି ତାଙ୍କ ଆଗକୁ ଆସ !
3ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।
4ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.