Home ଗୀତସଂହିତା 115 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 115

ଓଡ଼ିଆ ବାଇବେଲ
1ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
2କାହିଁକି ଅନ୍ୟ ଦେଶୀଯମାନେ କହିବେ ଆମ୍ଭମାନଙ୍କର ପରମେଶ୍ବର କେଉଁଠାରେ ?
3ଆମ୍ଭମାନଙ୍କର ପରମେଶ୍ବର ସ୍ବର୍ଗରେ ଅଛନ୍ତି। ଏବଂ ସେ ୟାହା ଚାହାଁନ୍ତି ତାହା କରିପାରନ୍ତି।
4ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।
5ସହେି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସମାନଙ୍କେର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
6ସମାନଙ୍କେର କାନ ଅଛି କିନ୍ତୁ ଶୁଣିପାରନ୍ତି ନାହିଁ। ସମାନଙ୍କେର ନାକ ଅଛି କିନ୍ତୁ ଆଘ୍ରାଣ କରିପାରନ୍ତି ନାହିଁ।
7ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।
8ସମାନଙ୍କେର ନିର୍ମାଣକାରୀମାନେ ଓ ସମାନଙ୍କେଠାରେ ବିଶ୍ବାସକାରୀମାନେ ସହେିପରି ହବେେ !
9ହେ ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
10ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
11ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭମାନେେ ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ସମାନଙ୍କେର ଶକ୍ତି ଓ ଢ଼ାଲ।
12ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି। ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ଯ ଆଶୀର୍ବାଦ କରିବେ।
13ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।
14ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15ସ୍ବର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।
17ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସମାନେେ ନୀରବ ଅଟନ୍ତି।
18ମାତ୍ର ଆମ୍ଭମାନେେ ଆଜିଠାରୁ ଚିରକାଳ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ଧନ୍ଯବାଦ କରିବା। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme