ଗୀତସଂହିତା
Chapter 45
ଓଡ଼ିଆ ବାଇବେଲ1ସୁନ୍ଦର ଭାବନାସବୁ ମାରେ ମନକୁ ଭରିଦିଏ, ୟବେେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କ ହେ। ଏହି ଶବ୍ଦଗୁଡ଼ିକ ମାେ ଜିହ୍ବାରେ ପ୍ରବାହିତ ହାଇେଥାଏ। ନିପୂଣ ଲେଖକର କଲମରୁ ଆସିଲା ପରି।
2ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ବର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
3ହେ ବୀର ତୁମ୍ଭର ଖଡ୍ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶାେଭା ପାଉ।
4ତୁମ୍ଭେ ଆଶ୍ଚର୍ୟ୍ଯ ଦିଶୁଛ। ୟାଅ ନ୍ଯାଯ ଓ ଧର୍ମପାଇଁ ୟୁଦ୍ଧରେ ବିଜଯୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୁତ କାର୍ୟ୍ଯ କରିବାକୁ ପ୍ରଶିକ୍ଷିତ।
5ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭଦେ କରିବାକୁ ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।
6ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
7ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।
8ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
9ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।
10ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।
11ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।
12ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହବୋପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦଖାୟୋନ୍ତି।
14ସୌନ୍ଦର୍ୟ୍ଯରେ ମଣ୍ଡିତ ହାଇେ ସେ ରାଜାଙ୍କ ନିକଟକୁ ଆଗଇେ ୟାଏ ତା'ର ସଖିମାନେ ତା' ପଛରେ ଅନୁସରଣ କରନ୍ତି।
15ସମାନେେ ଆନନ୍ଦ ଉଲ୍ଲାସରେ ଆସିବେ। ସମାନେେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16ସମାନଙ୍କେର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହବେେ। ସାରା ଦେଶରେ ତୁମ୍ଭେ ସମାନଙ୍କେୁ ଶାସନ କରିବ।
17ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ଯାତ ହବେ। ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.