Home ଗୀତସଂହିତା 132 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 132

ଓଡ଼ିଆ ବାଇବେଲ
1ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।
2ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ।
3ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।
4ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ।
5ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।
6ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।
11ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।
13ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14ସଦାପ୍ରଭୁ କହିଲେ, ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ।
15ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।
16ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ।
17ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।
18ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme