Home ଗୀତସଂହିତା 21 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 21

ଓଡ଼ିଆ ବାଇବେଲ
1ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ। ତୁମ୍ଭେ ଯେତବେେଳେ ତା'କୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
2ତୁମ୍ଭେ ସହେି ରାଜାକୁ ୟାହା ସେ ଚା ହେଁ ପ୍ରଦାନ କର। ହେ ସଦାପ୍ରଭୁ ସହେି ରାଜା ତୁମ୍ଭ ନିକଟରୁ କିଛି ଚାହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।
3ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।
4ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।
5ସହେି ରାଜାଙ୍କୁ ତୁମ୍ଭେ ବିଜଯ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ ?
6ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।
7ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ବରଙ୍କ ସ୍ନହପେୂର୍ଣ୍ଣ କରୁଣା କବେେ ହେଲେ ତା'କୁ ପଡ଼ିବା ପାଇଁ ଦବେେ ନାହିଁ।
8ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
9ତୁମ୍ଭେ ଆପଣା ରାଜାଙ୍କୁ ଏକ ଜଳନ୍ତ ଚୁଲ୍ଲୀ ତୁଲ୍ଯ କରିବ, ଯେତବେେଳେ ତୁମ୍ଭେ ତାଙ୍କୁ ସାହାୟ୍ଯ କରିବା ପାଇଁ ଆସ, ଏବଂ ତାଙ୍କ କୋର୍ଧରେ ସେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେୁ ଧ୍ବଂସ କରିବେ।
10ଏ ପୃଥିବୀରୁ ସମାନଙ୍କେର ଫଳ ଓ ମନୁଷ୍ଯ ସନ୍ତାନଗଣ ମଧ୍ଯରୁ ସମାନଙ୍କେର ବଂଶ ଲୋପ କରିବ।
11କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।
12ହେ ସଦାପ୍ରଭୁ, ତୁମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ଦାସ କରିଛ। ସମାନଙ୍କେୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ। ତୁମ୍ଭେ ରଶିରେ ସମାନଙ୍କେର ବକେକୁ ଫାଶ କରି ବସାଇ ଦଇେଛ। ତୁମ୍ଭେ ସମାନଙ୍କେୁ ଦାସ କରି ରଖିବାକୁ ବାଧ୍ଯ କରିଛ।
13ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme