ଯାତ୍ରା ପୁସ୍ତକ
Chapter 1
ଓଡ଼ିଆ ବାଇବେଲ1ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ୟାତ୍ରା କଲେ। ପ୍ରେତ୍ୟକକ ପୁତ୍ର ସମାନଙ୍କେର ପରିବାର ସହିତ ଗଲେ। ଇଶ୍ରାୟେଲଙ୍କର ପୁତ୍ରମାନେ ହେଲ:
2ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,
3ଇଷାଖର, ସବୂଲୂନ୍, ବିନ୍ଯାମୀନ,
4ଦାନ, ନପ୍ତାଲି, ଗାଦ୍ ଓ ଆଶରେ।
5ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।
6ପରେ ଯୋଷଫେ ତାଙ୍କର ଭାଇମାନେ ଓ ତ୍ତକାଳୀନ ସମସ୍ତ ଲୋକ ମଲେ।
7କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।
8ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।
9ସହେି ରାଜା ତାଙ୍କର ଲୋକମାନଙ୍କୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ ଦେଖ। ସମାନଙ୍କେର ସଂଖ୍ଯା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସମାନେେ ଆମ୍ଭଠାରୁ ଅଧିକ ଶକ୍ତିଶାଳୀ!
10ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।
11ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।
12ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।
13ତେଣୁ ମିଶରୀଯମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।
14ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସମାନେେ ସମାନଙ୍କେୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବଧ୍ଯ କଲେ। ସମାନଙ୍କେୁ ମଧ୍ଯ ବିଲ ରେ କଠିନ ପରିଶ୍ରମ କରାଇଲେ। ସମାନେେ ପ୍ରେତ୍ୟକକ କ୍ଷେତ୍ର ରେ ସମାନଙ୍କେୁ ଅଧିକ ପରିଶ୍ରମ କରିବାକୁ ବାଧ୍ଯ କଲେ।
15ସଠାେରେ ଦୁଇ ଜଣ ଏବ୍ରୀଯ ଧାତ୍ରୀ ଥିଲେ, ଯେଉଁମାନେ କି ହିବ୍ରୁର ସ୍ତ୍ରୀଲୋକମାନଙ୍କୁ ଶ୍ରୀଫ୍ରା ଓ ପୂଯା ନାମକ ପିଲା ଜନ୍ମ କରିବା ରେ ସାହାୟ୍ଯ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ,
16ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।
17ମାତ୍ର ସହେି ଧାତ୍ରୀମାନେ ପରମେଶ୍ବରଙ୍କୁ ବିଶ୍ବାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନଥିଲେ. ସମାନେେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।
18ମିଶର ରେ ରାଜା ସହେି ଧାତ୍ରୀମାନଙ୍କୁ ଡ଼କାଇ ପଠାଇ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏପରି କାହିଁକି କଲ? ତୁମ୍ଭମାନେେ କିପରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ।
19ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।
20ପରମେଶ୍ବର ସହେି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସମାନଙ୍କେର ପରିବାରଗୁଡ଼ିକୁ ବଢ଼ାଇଲେ।
21କାରଣ ସମାନେେ ପରମେଶ୍ବରଙ୍କୁ ଡ଼ରୁ ଥିଲେ। ଇଶ୍ରାୟେଲୀୟମାନଙ୍କ ସଂଖ୍ଯା ବଢ଼ିଲା ଏବଂ ବହୁତ ଶକ୍ତିଶାଳୀ ହେଲା।
22ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.