Home ଗୀତସଂହିତା 67 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 67

ଓଡ଼ିଆ ବାଇବେଲ
1ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।
2ତା'ପରେ ପୃଥିବୀର ଲୋକେ ତୁମ୍ଭ୍ ବିଷଯରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4ଜାତିଗଣ ଖୁସି ହୁଅ ଓ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ।
5ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6ଭୂମି ତା'ର ଫସଲ ଦିଏ। ହେ ପରମେଶ୍ବର, ଆମ୍ଭର ପରମେଶ୍ବର, ଆମ୍ଭକୁ ଆଶୀର୍ବାଦ କରିବା ଚାଲୁ ରଖ।
7ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme