Home ଗୀତସଂହିତା 103 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 103

ଓଡ଼ିଆ ବାଇବେଲ
1ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2ହେ ମାରେ ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶାରେ ନାହିଁ।
3ହେ ମାରେ ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4ପରମେଶ୍ବର ବିନାଶରୁ ମାେତେ ମୁକ୍ତ କରନ୍ତି। ସେ ମାେତେ ସ୍ନହପେୂର୍ଣ୍ଣ କରୁଣା ଏବଂ ଦୟା ଦଖାେନ୍ତି।
5ପରମେଶ୍ବର ମାେତେ ପ୍ରଚୁର ସୁଦ୍ରବ୍ଯ ଦିଅନ୍ତି। ସେ ମାେତେ ପୁନରାଯ ଉତ୍କ୍ରୋଷ ପକ୍ଷୀ ପରି ୟୁବକ କରନ୍ତି।
6ସଦାପ୍ରଭୁ ନ୍ଯାଯବାନ୍। ସେ ସହେି ଲୋକମାନଙ୍କୁ ନ୍ଯାଯ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ବାରା ଅନ୍ଯାଯ କରାୟାଇଛି।
7ପରମେଶ୍ବର ମାଶାଙ୍କେୁ ଆପଣା ପଥ ଓ ଇଶ୍ରାୟେଲ ସନ୍ତାନଗଣଙ୍କୁ ଆପଣା କ୍ରିଯାସବୁ ଜଣାଇଥିଲେ।
8ସଦାପ୍ରଭୁ ସ୍ନହେଶୀଳ ଓ କୃପାମଯ, ସେ ଧୈର୍ଯଶୀଳ ଏବଂ େପ୍ରମରେ ପରିପୂର୍ଣ୍ଣ।
9ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ, କିଅବା ସେ ଚିରଦିନ ପାଇଁ କୋର୍ଧିତ ରହିବେ ନାହିଁ।
10ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦଇେ ନାହାନ୍ତି, ୟାହା ଆମ୍ଭେ ପାଇବା କଥା।
11ପୃଥିବୀରୁ ଆକାଶମଣ୍ଡଳ ୟପରେି ଉଚ୍ଚ ସହେିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରମେ ମହାନ୍।
12ପୂର୍ବରୁ ପଶ୍ଚିମ ୟତେେ ଦୂର, ପରମେଶ୍ବର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସତେିକି ଦୂରଇେ ନଇେଛନ୍ତି।
13ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।
14ପରମେଶ୍ବର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ବର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15ମଣିଷ ଜୀବନ ଘାସପରି। ସମାନେେ ଜଙ୍ଗଲି ଫୁଲ ପରି, ୟାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ୟ୍ଯ ଦିଅନ୍ତି।
16କିନ୍ତୁ ଯେତବେେଳେ ଗରମ ପବନ ବ ହେ, ଏହା ମରିୟାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରମେ କରନ୍ତି, ତାଙ୍କର ସହେି ସ୍ନହେ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ବର ସମାନଙ୍କେୁ ଓ ସମାନଙ୍କେର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।
19ପରମେଶ୍ବରଙ୍କ ସିଂହାସନ ସ୍ବର୍ଗରେ ଅଛି ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
21ହେ ସଦାପ୍ରଭୁଙ୍କର ସୈନ୍ଯସକଳ, ତୁମ୍ଭମାନେେ ତାଙ୍କର ଧନ୍ଯବାଦ କର। ତୁମ୍ଭମାନେେ ତାଙ୍କର ସବେକ ଅଟ। ସଦାପ୍ରଭୁ ୟାହା ଚାହାଁନ୍ତି ତୁମ୍ଭମାନେେ ତାହା କର।
22ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ଯର ସର୍ବତ୍ର, ସମସ୍ତେ ତାଙ୍କର ପ୍ରଶଂସା କର। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme