ଗୀତସଂହିତା
Chapter 85
ଓଡ଼ିଆ ବାଇବେଲ1ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦଖାଇେଅଛ। ବିଦେଶରେ ୟାକୁବର ଲୋକମାନେ ବନ୍ଦୀ ହାଇେଥିଲେ। ସମାନଙ୍କେୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନଇେଆସିଲ।
2ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସମାନଙ୍କେର ପାପସବୁ ପୋଛିଲ।
3ଆପଣା ସମସ୍ତ କୋର୍ଧରୁ ନିବୃତ୍ତ ହୁଅ। ଆପଣା କୋର୍ଧରେ ପ୍ରଚଣ୍ଡ ହୁଅ ନାହିଁ।
4ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।
5ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?
6ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦଖାଇେ ଦିଅ ୟେ ତୁମ୍ଭେ ଆମ୍ଭକୁ ପ୍ରମେ କରୁଛ।
8ସଦାପଭ୍ରୁ ପରମେଶ୍ବର ୟାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ୟେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସମାନେେ ପୁନର୍ବାର ମୂର୍ଖତା ଜୀବନୟାପନ କରିବା ପାଇଁ ଫରେି ନ ୟାଆନ୍ତୁ।
9ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।
12ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13ଧର୍ମ ପରମେଶ୍ବରଙ୍କର ଆଗେ ଆଗେ ୟିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.