ଗୀତସଂହିତା
Chapter 150
ଓଡ଼ିଆ ବାଇବେଲ1ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।
2ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !
4ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5ଉଚ୍ଚ କରତାଳିରେ ପରମେଶ୍ବରଙ୍କର ପ୍ରଶଂସା କର। ଉଚ୍ଚ କରତାଳି ଧ୍ବନିରେ ତାଙ୍କର ପ୍ରଶଂସା କର।
6ନିଶ୍ବାସ ପ୍ରଶ୍ବାସଧାରୀ ପ୍ରେତ୍ୟକକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର !ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.