ଗୀତସଂହିତା
Chapter 111
ଓଡ଼ିଆ ବାଇବେଲ1ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।
2ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3ପରମେଶ୍ବର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ୟ୍ଯଜନକ କାର୍ୟ୍ଯମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାଯୀ।
4ସେ ଆପଣାର ଆଶ୍ଚର୍ୟ୍ଯ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମଯ।
5ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସମାନଙ୍କେୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
7ତାହାଙ୍କ ଦ୍ବାରା ହାଇେଥିବା ଆଜ୍ଞାସବୁ ସତ୍ଯ ଓ ତାଙ୍କର ନିଯମସବୁ ବିଶ୍ବାସ ୟୋଗ୍ଯ।
8ପରମେଶ୍ବରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାଯୀ। ତାଙ୍କର ଆଜ୍ଞା ବିଶ୍ବସ୍ତତା ଓ ସରଳତାରେ ସାଧିତ କରାୟାଏ।
9ପରମେଶ୍ବର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାଯୀ ହାଇେ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.