Home ଗୀତସଂହିତା 11 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 11

ଓଡ଼ିଆ ବାଇବେଲ
1ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?
2ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି।
3ୟଦି ସମାନେେ ସବୁ ଉତ୍ତମ କାର୍ୟ୍ଯକୁ ନଷ୍ଟ କରନ୍ତି। ତବେେ କ'ଣ ଘଟିବ ? ତା'ପରେ ସବୁ ଧର୍ମାତ୍ମାମାନେ କ'ଣ କରିପାରିବେ।
4ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
5ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।
6ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
7କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଚାଲନ୍ତି ଓ ପ୍ରମେ କରନ୍ତି। ସହେିମାନେ ହିଁ ତାଙ୍କର ମୁଖ ଦର୍ଶନ କରିପାରିବେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme