Home ଗୀତସଂହିତା 36 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 36

ଓଡ଼ିଆ ବାଇବେଲ
1ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦ କାର୍ୟ୍ଯ କରେ। ଯେତବେେଳେ ସେ ଆପଣା ହୃଦଯକୁ କ ହେ, ମୁଁ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।
2ସହେି ଲୋକ ଆପଣାକୁ ମିଥ୍ଯା କ ହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତଣେୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।
5ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।
6ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।
7ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8ହେ ସଦାପ୍ରଭୁ, ସମାନେେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀଯାନ୍ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସମାନଙ୍କେୁ ପାନ କରିବାକୁ ଦିଅ।
9ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହିତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆ ଲୋକ ଦଖାେଏ।
10ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି। ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସମାନଙ୍କେ ଉପରେ ରଖ ଓ ତୁମ୍ଭର ବିଶ୍ବସ୍ତ ସମାନଙ୍କେ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମାେତେ ୟମେିତି ୟନ୍ତାରେ ନ ପକାନ୍ତି। ମୁଁ ୟମେିତି ଦୁଷ୍ଟ ଲୋକମାନଙ୍କ ଦ୍ବାରା ଧରା ନ ୟାଏ।
12ଏକଥା ସମାନଙ୍କେର କବର ଉପରେ ଲେଖିଦିଅ, ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି। ଏମାନେ ସମସ୍ତେ ଅଧପତିତ ହାଇେଛନ୍ତି। ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme