Home ଗୀତସଂହିତା 79 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 79

ଓଡ଼ିଆ ବାଇବେଲ
1ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
2ସମାନେେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖଚେର ପକ୍ଷୀଗଣଙ୍କୁ ଦଇେଅଛନ୍ତି। ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ଯ ପଶୁଗଣଙ୍କୁ ଦଇେଛନ୍ତି।
3ଶତ୍ରୁମାନେ ୟିରୂଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ। ସମାନଙ୍କେୁ କବର ଦବୋ ପାଇଁ କାହାରିକୁ ରଖି ନ ଥିଲେ।
4ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍‌ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?
6ଯେଉଁ ଜାତିମାନେ ତୁମ୍ଭକୁ ସ୍ବୀକାର କରୁ ନାହାନ୍ତି, ଯେଉଁ ରାଜ୍ଯ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ, ତୁମ୍ଭର କୋର୍ଧ ସମାନଙ୍କେ ଉପରେ ଢ଼ାଳି ଦିଅ।
7ସମାନେେ ୟାକୁବଙ୍କ ପରିବାରକୁ ଧ୍ବଂସ କରି ଅଛନ୍ତି। ଓ ସମାନେେ ତା'ର ଗୃହଭୂମିକୁ ଧ୍ବଂସ କରିଅଛନ୍ତି।
8ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦଖାେଅ !ଆମ୍ଭମାନେେ ଆଜି କ୍ଷୀଣ ହାଇେଅଛୁ।
9ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।
10ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।
11ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ। ହେ ପରମେଶ୍ବର, ତୁମ୍ଭର ମହାଶକ୍ତି ପ୍ରଯୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12ହେ ପରମେଶ୍ବର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସମାନଙ୍କେୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13ତା' ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମଷେପଲ ସର୍ବଦା ତୁମ୍ଭକୁ ଧନ୍ଯବାଦ ଦବେୁ। ପିଢ଼ୀ ପରେ ପିଢ଼ୀ, ତୁମ୍ଭେ ୟାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme