Home ଗୀତସଂହିତା 147 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 147

ଓଡ଼ିଆ ବାଇବେଲ
1ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !କାରଣ ଆମ୍ଭର ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ପ୍ରଶଂସା ଗାନ କରିବା ଉତ୍ତମ !ପରମେଶ୍ବରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମ ନୋହର ଅଟେ।
2ସଦାପ୍ରଭୁ ହେଉଛନ୍ତି ଜଣେ ୟିଏ ୟିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇଶ୍ରାୟେଲର ନିର୍ବସିତମାନଙ୍କୁ ଏକତ୍ରୀତ କରନ୍ତି।
3ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି।
4ସେ ତାରାଗଣଙ୍କୁ ଗଣନା କରନ୍ତି। ସେ ପ୍ରେତ୍ୟକକଙ୍କର ଗୋଟି ଗୋଟି କରି ନାମ ଧରି ଡ଼ାକନ୍ତି।
5ଆମ୍ଭର ପ୍ରଭୁ ଅତି ମହାନ୍ ଏବଂ ଶକ୍ତିମାନ୍। ତାଙ୍କର ବୁଝାମଣା ଅସୀମ।
6ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7ସଦାପ୍ରଭୁଙ୍କୁ ଗୀତରେ ଧନ୍ଯବାଦ ଦିଅ। ବୀଣାୟନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରଶଂସା କର।
8ପରମେଶ୍ବର ଆକାଶକୁ ମାଟୋ ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି।
10ୟୁଦ୍ଧ ଅଶ୍ବର ଓ ପରାକ୍ରମୀ ସୈନ୍ଯ ତାଙ୍କୁ ଖୁସି କରିପାରନ୍ତି ନାହିଁ।
11ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି।
12ହେ ୟିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସିଯୋନ, ତୁମ୍ଭ ପରମେଶ୍ବରଙ୍କର ପ୍ରଶଂସା କର !
13ହେ ୟିରୁଶାଲମ, ପରମେଶ୍ବର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି, ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14ସେ ତୁମ୍ଭ ଦେଶକୁ ଧନଧାନ୍ଯରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ୟଥେଷ୍ଟ ଖାଦ୍ୟ ଅଛି।
15ପରମେଶ୍ବର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି। ତାଙ୍କର ବାକ୍ଯସବୁ ଅତିଶୀଘ୍ର ପାଳନ କରାୟାଏ।
16ପରମେଶ୍ବର ପୃଥିବୀ ଧଳା ପଶମ ତୁଲ୍ଯ ହବୋୟାଏଁ ହିମପାତ କରନ୍ତି। ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17ପରମେଶ୍ବର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି, ତାଙ୍କ ପଠାୟାଇଥିବା ଶୀତ ଆଗରେ କହେି ଠିଆ ହାଇେ ପାରିବେ ନାହିଁ।
18ଏହାପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି, ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳ ସୋର୍ତ ବ ହେ।
19ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !
20ପରମେଶ୍ବର କୌଣସି ଦେଶ ପାଇଁ କବେେ ଏହିପରି କରି ନାହାଁନ୍ତି। ସେ ତାଙ୍କର ନିଯମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାଁନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme