Home ଗୀତସଂହିତା 29 · ଓଡ଼ିଆ ବାଇବେଲ

ଗୀତସଂହିତା

Chapter 29

ଓଡ଼ିଆ ବାଇବେଲ
1ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।
3ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ।
5ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।
7ସଦାପ୍ରଭୁଙ୍କର କଣ୍ଠସ୍ବର ବିଜୁଳି ଗତିରେ ବାଯୁମଣ୍ଡଳକୁ ବିଭକ୍ତ କରେ।
8ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ।
9ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।
10ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ।
11ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme