ଗୀତସଂହିତା
Chapter 3
ଓଡ଼ିଆ ବାଇବେଲ1 ହେ ସଦାପ୍ରଭୁ, ମାରେ ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମାେ ବିରୁଦ୍ଧରେ ଲାଗିଛନ୍ତି।
2ବହୁତ ଲୋକ ମାେ ବିରୁଦ୍ଧରେ କଥା ହେଉଛନ୍ତି। ସହେି ଲୋକମାନେ କହୁଛନ୍ତି, ପରମେଶ୍ବର ତାକୁ ରକ୍ଷା କରିପାରିବେ ନାହିଁ।
3କିନ୍ତୁ ହେ ସଦାପ୍ରଭୁ, ଏହା କବଳେ ତୁମ୍ଭେ ୟିଏକି ମାରେ ଢ଼ାଲ ସ୍ବରୂପ। ତୁମ୍ଭେ ମାରେ ମହିମା। ତୁମ୍ଭେ ହିଁ ମାେତେ ପ୍ରାଧାନ୍ଯ ଦଇେଛ।
4ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ।
5ମୁଁ ଶାଇେଲି ଓ ବିଶ୍ରାମ ନଲେି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହବେି କାହିଁକି ? କାରଣ ସଦାପ୍ରଭୁ ମାେତେ ସର୍ବଦା ରକ୍ଷା କରନ୍ତି।
6ହଜାର ହଜାର ସୈନ୍ଯମାନେ ମାେ ଚାରିକଡ଼ରେ ଘରେି ରହିଲେ ସୁଦ୍ଧା ମୁଁ ସହେି ଶତ୍ରୁମାନଙ୍କୁ କବେେ ଭୟ କରିବି ନାହିଁ।
7ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ଓ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ।
8ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.