Home ଆୟୁବ ପୁସ୍ତକ 6 · ଓଡ଼ିଆ ବାଇବେଲ

ଆୟୁବ ପୁସ୍ତକ

Chapter 6

ଓଡ଼ିଆ ବାଇବେଲ
1ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
2ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,
3ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
4ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।
5ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।
6ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।
7ମୁଁ ତାକୁ ସ୍ପର୍ଶ କହିବାକୁ ମନାକରେ କାରଣ ସେପ୍ରକାର ଖାଦ୍ୟ ମାେତେ ରୋଗୀଣା କରି ପକାଏ। ସହେିଭଳି ତୁମ୍ଭର କଥାଗୁଡ଼ିକ ମୁଁ ଅନୁଭବ କରୁଛି।
8ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।
9ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
11ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।
12ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।
13ନିଜକୁ ସାହାୟ୍ଯ କରିବାକୁ ମାରେଶକ୍ତି ବର୍ତ୍ତମାନ ନାହିଁ। କାରଣ ସମସ୍ତ ସଫଳତା ମାଠାରୁେ କାଢ଼ି ନିଆୟାଇଛି।
14ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।
15କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
16କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।
17କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।
18ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।
19ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।
21ବର୍ତ୍ତମାନ ତୁମ୍ଭେ ସହେି ଷୋର୍ତଭଳି କିଛି ନୁହଁ। ତୁମ୍ଭେ ମାରେ ବିପଦ ଦେଖି ଭୟଭୀତ ହେଉଅଛ କି ?
22ମୁଁ ତୁମ୍ଭକୁ ସାହାୟ୍ଯ ମାଗିଛି କି ? ନାଁ, କିନ୍ତୁ ତୁମ୍ଭେ ସ୍ବଇଚ୍ଛା ରେ ମାେତେ ତୁମ୍ଭର ଉପଦେଶ ଦେଉଅଛ।
23ମୁଁ ତୁମ୍ଭକୁ କହିଛି କି ? ' ମାେତେ ଶତ୍ରୁ କବଳରୁ ଉଦ୍ଧାର କର। ମାେତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।'
24ମାେତେ ଶିକ୍ଷା ଦିଅ। ତା' ଉତ୍ତା ରେ ମୁଁ ନିରବ ରହିବି। ମାେତେ କୁହ ମୁଁ କ'ଣ ଭୁଲ କରୁଛି।
25ସାଧୁ ବାକ୍ଯ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ୟୁକ୍ତି କିଛି ପ୍ରମାଣ କରୁନାହିଁ।
26ତୁମ୍ଭେ କ'ଣ ମାେତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ ଯେ, ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
27ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ଯ ଗୁଳାବାଣ୍ଟ କରିବ, ତୁମ୍ଭେ ନିଜର ବନ୍ଧୁକୁ ମଧ୍ଯ ବିକ୍ରି କରିଦବେ।
28ଏବେ ବର୍ତ୍ତମାନ ତୁମ୍ଭେ ମାରେ ମୁହଁ ଦେଖି କୁହ ମୁଁ ତୁମ୍ଭକୁ ମିଛ କହିବି? ନା !
29ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଚାର କର ମୁଁ ନିରୀହ ଅଟେ।
30ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme