ଆୟୁବ ପୁସ୍ତକ
Chapter 28
ଓଡ଼ିଆ ବାଇବେଲ1ଏପରି ଖଣିସବୁ ଅଛି ଯେଉଁଠା ରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି। ଯେଉଁଠା ରେ ସୁନାକୁ ତରଳାଇ ଶୁଦ୍ଧ କରାୟାଏ।
2ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି। ପଥର ତରଳାଇ ତମ୍ବା ବାହାର କରାୟାଏ।
3ଶ୍ରମିକମାନେ ହାତ ରେ ଆଲୁଅ ଧରି ଖଣି ଭିତରକୁ ୟାଆନ୍ତି। ସେ ଗୁମ୍ଫା ଭିତ ରେ ସମାନେେ ପଥର ସବୁ ଅନ୍ଧକାର ରେ ସନ୍ଧାନ କରନ୍ତି।
4ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର।
5ଖାଦ୍ୟ ଶସ୍ଯ ଭୂମିର ଉପରେ ହୁଏ କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା। ସତେ ଯେପରିକି ସବୁକିଛି ଅଗ୍ନିଦ୍ବାରା ତରଳି ୟାଏ।
6ଭୂମିର ନିମ୍ନ ଭାଗ ରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରଣେୁ ସଠାେରେ ଥାଏ।
7ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।
8ବଣୁଆ ଜନ୍ତୁମାନେ ମଧ୍ଯ ସଭେଳି ବାଟରେ ୟାଇ ନ ଥିବେ। ସିଂହମାନେ ମଧ୍ଯ ସେ ବାଟରେ ୟାଇ ନ ଥିବେ।
9ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି। ସହେି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି।
10ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି। ସମାନେେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି।
11ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ। ସମାନେେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି।
12କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ ? କେଉଁଠାକୁ ଆମ୍ଭେ ୟିବା ଜ୍ଞାତ ହବୋ ପାଇଁ ?
13ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ଯ କେତେ। ପୃଥିବୀର ଲୋକେ ଖଣି ଖାେଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
14ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।'
15ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ।
16ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।
17ଜ୍ଞାନ ସୁନା ଓ ମୂଲ୍ଯବାନ ପଥରଠାରୁ ଅଧିମ ମୂଲ୍ଯବାନ। ମୂଲ୍ଯବାନ ସ୍ବଚ୍ଛ ଉଜ୍ଜଳ ସୁନା ମଧ୍ଯ ଜ୍ଞାନକୁ କିଣିପାରିବ ନାହିଁ।
18ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।
19କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।
20ତବେେ ଜ୍ଞାନ କେଉଁଠାରୁ ଆ ସେ ? ବୁଝିବାର ସ୍ଥାନ କାହିଁ ?
21ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ।
22ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'
23କବଳେ ପରମେଶ୍ବର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି। କବଳେ ପରମେଶ୍ବର ଜାଣନ୍ତି ଜ୍ଞାନ କେଉଁଠା ରେ ଅଛି।
24ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି।
25ପରମେଶ୍ବର ତାଙ୍କର ଶକ୍ତିକୁ ପବନକୁ ଦଇେଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହାଇପୋରିବ।
26ପରମେଶ୍ବର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠଇବେେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ଯା ୟିବ।
27ସହେି ସମୟରେ ପରମେଶ୍ବର ଜ୍ଞାନକୁ ଦେଖିଲେ ଏହାକୁ ଘାଷେଣା କଲେ। ପରମେଶ୍ବର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ।
28ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.