Home ଆୟୁବ ପୁସ୍ତକ 37 · ଓଡ଼ିଆ ବାଇବେଲ

ଆୟୁବ ପୁସ୍ତକ

Chapter 37

ଓଡ଼ିଆ ବାଇବେଲ
1ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।
2ସମସ୍ତେ ଶୁଣ ! ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ଭଳି ଶୁଣାୟାଏ। ସହେି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ବରଙ୍କ ପାଟିରୁ ବାହା ରେ।
3ପରମେଶ୍ବର ତାଙ୍କର ବିଜୁଳିକୁ ମାରନ୍ତି ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ଯ ଝଲସାଇ ଦିଏ।
4ତା'ପରେ ବିଜୁଳି ମାରିବା ପରେ ପରମେଶ୍ବରଙ୍କ ବଜ୍ର ଗମ୍ଭିର କଣ୍ଠସ୍ବର ଶୁଣାୟାଏ, ପରମେଶ୍ବର ତାଙ୍କର ଚମତ୍କାର ସ୍ବର ରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ମା ରେ।
5ପରମେଶ୍ବରଙ୍କ ଘଡ଼ଘଡ଼ି କଣ୍ଠସ୍ବର ଅଦ୍ଭୁତ ଧରଣର ସେ ଅନକେ ମହାନ କାର୍ୟ୍ଯ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
6ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'
7ପରମେଶ୍ବର ତାହା କରନ୍ତି, ୟଦ୍ବାରା ସମସ୍ତ ଲୋକ ଜାଣିପାରିବେ ପରମେଶ୍ବର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ'ଣ କରିପାରନ୍ତି। ଏହା ତାଙ୍କର ପ୍ରମାଣ ଅଟେ।
8ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।
9ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।
10ପରମେଶ୍ବରଙ୍କ ନିଶ୍ବାସ ରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ୟାଏ।
11ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।
12ପରମେଶ୍ବର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀ ରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
13ଏହା ହୁଏତ ଲୋକଙ୍କୁ ଦଣ୍ଡ ଦବୋ ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ ରମେ ଦଖାଇବୋ ପାଇଁ ସେ ଏହା କରନ୍ତି।
14ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ୟ୍ଯସବୁ ପରମେଶ୍ବର କରନ୍ତି।
15ଆୟୁବ, ତୁମ୍ଭେ ଜାଣ କି ପରମେଶ୍ବର କିପରି ବାଦଲକୁ ନିଯନ୍ତ୍ରଣ କରନ୍ତି। ତୁମ୍ଭେ ଜାଣ କି ପରମେଶ୍ବର ତାଙ୍କର ବିଜୁଳି ଚମକାନ୍ତି ?
16ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶ ରେ କିପରି ଓହଳି ରୁହନ୍ତି। ସହେି ଅଲୌକିକ କାର୍ୟ୍ଯର ମେଘ ତ କବଳେ ଗୋଟିଏ ଉଦାହରଣ ଓ ପରମେଶ୍ବର ମଧ୍ଯ ସେସବୁ ଜାଣନ୍ତି।
17କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କବଳେ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତବେେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହାଇେ ୟାଏ। ଏବଂ ଦେଶ ନୀରବ ହାଇୟୋଏ।
18ଆୟୁବ, ତୁମ୍ଭେ କ'ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ବରଙ୍କୁ ସାହାୟ୍ଯ କରିପାରିବ ଏବଂ ମାର୍ଜିତ ପିତଳ ପରି ଚକ୍ଚକ୍ କରିପାରିବ।
19ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ବରଙ୍କୁ କ'ଣ କହିବା। ଆମ୍ଭକୁ କ'ଣ କହିବାକୁ ହବେ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାର ରେ ବୁଡ଼ି ରହିଛୁ।
20ମୁଁ ପରମେଶ୍ବରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହବୋକୁ ଚା ହେଁ। ଏହା ଧ୍ବଂସକୁ ଡ଼ାକି ଆଣିବା ସହିତ ସମାନ ହବେ।
21କହେି ସୂର୍ୟ୍ଯଙ୍କୁ ଚାହିଁ ପାରିବେ ନାହିଁ। ଏହାର ଉଜ୍ଜଳ କିରଣ ଆକାଶ ରେ ଝଲମଲ କରେ, ଯେତବେେଳେ ବାଦଲ ସବୁ ବାଯୁଦ୍ବାରା ଅପସରି ୟାଏ।
22ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।
23ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
24ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme