Home ଆୟୁବ ପୁସ୍ତକ 27 · ଓଡ଼ିଆ ବାଇବେଲ

ଆୟୁବ ପୁସ୍ତକ

Chapter 27

ଓଡ଼ିଆ ବାଇବେଲ
1ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା,
2ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।
3ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।
4ଏହାପରେ ମାେ ଓଠରୁ ଖରାପ ବିଷଯ ବାହାରିବ ନାହିଁ। ମାରେ ଜିହ୍ବା ମିଥ୍ଯାକଥା କହିବ ନାହିଁ।
5ମୁଁ କବେେ ମାନିବି ନାହିଁ ତୁମ୍ଭେ ସତ୍ଯ। ମୁଁ ମଲା ପର୍ୟ୍ଯନ୍ତ କହିୟିବି ଯେ, ମୁଁ ନିରପରାଧ ଅଟେ।
6ମୁଁ ମାରେ ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କବେେ ଠିକ୍ ବାଟକୁ ପରିତ୍ଯାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ମାରେବିବକେ ମାେତେ ନିନ୍ଦା କରିବ ନାହିଁ।
7ଲୋକେ ମାେ ବିରୁଦ୍ଧ ରେ ଛିଡ଼ା ହବେେ। ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଦଣ୍ଡ ପାଇଥିବେ ଦୁଷ୍ଟ ଲୋକଙ୍କ ଭଳି।
8ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।
9ପରମେଶ୍ବର କ'ଣ ତା'ର ସାହାୟ୍ଯର ଡ଼ାକ ଶୁଣିବେ, ଯେତବେେଳେ ତା' ପ୍ରତି ଅସୁବିଧା ଆସିବ ?
10ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।
11ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।
12ତୁମ୍ଭେ ନିଜ ଆଖି ରେ ପରମେଶ୍ବରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସହେି ବାଜେ କଥା କହୁଛ ?
13ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।
14ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।
15ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।
16ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।
17କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା'ର ରୂପାସବୁ ପାଇବ।
18ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହବେ କିମ୍ବା ପ୍ରହରୀର ତମ୍ବୁଭଳି ହବେ।
19ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।
20ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।
21ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନବେ। ସେ ଚିରଦିନ ପାଇଁ ବିଦାଯ ନବେ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନବେ।
22ଦୁଷ୍ଟ ବ୍ଯକ୍ତି ସହେି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସହେି ଝଡ଼ ତାକୁ ନିର୍ଦ୍ଦଯ ଭାବର ଆଘାତ କରିବ।
23ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme