Home ଗଣନା ପୁସ୍ତକ 30 · ଓଡ଼ିଆ ବାଇବେଲ

ଗଣନା ପୁସ୍ତକ

Chapter 30

ଓଡ଼ିଆ ବାଇବେଲ
1ଅନନ୍ତର ମାଶାେ ଇଶ୍ରାୟେଲ ପରିବାର ବର୍ଗଗୁଡିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦଇେଅଛନ୍ତି।
2କୌଣସି ପୁରୁଷ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କରିବାପାଇଁ ଶପଥ କଲେ, ତବେେ ସେ ଆପଣା ବାକ୍ଯ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ଯ ଅନୁସାରେ ସମସ୍ତ ସାଧନ କରିବ।
3ଆଉ ମଧ୍ଯ କୌଣସି ୟୁବତୀ ନିଜ ପିତୃଗୃହ ରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ବାରା ନିଜକୁ ଆବଦ୍ଧ କରେ,
4ଯଦି ତା'ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନକରେ କିମ୍ବା ତା'ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାୟିବ।
5ଯଦି ତା'ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସଗେୁଡିକ ପାଳନ କରାୟିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦବେେ, ଯେ ହତେୁ ତା'ର ପିତା ତାକୁ ଏହା କରିବା ପାଇ ମନା କଲେ।
6 ସେ ଶପଥ କିମ୍ବା ଅସାବଧାନ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପା ରେ।
7ପୁଣି ତା'ର ସ୍ବାମୀ ତାହା ଶୁଣି କୌଣସି ଅଭିଯୋଗ ନକରେ, ତବେେ ତା'ର ପ୍ରତିଜ୍ଞା ପାଳନ ହବେ ଓ ସେ କରିଥିବା ଶପଥ ପାଳନ କରାୟିବ।
8ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।
9ମାତ୍ର ବିଧବା କି ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀ ମାନତ କଲେ, ସେ ଯେ କୌଣସି ବିଷଯ ରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।
10କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପା ରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପା ରେ।
11ପୁଣି ତାହାର ସ୍ବାମୀ ତାହା ଶୁଣି ତାହା ପ୍ରତି ତୁନି ହାଇେ ରହେ ଓ ତାହାକୁ ନିଷଧେ ନକରେ, ତବେେ ତା'ର ସମସ୍ତ ପ୍ରତିଜ୍ଞା ପାଳନ ହବେ, ପୁଣି ସେ ଯେଉଁ ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହବେ।
12ମାତ୍ର ତା'ର ସ୍ବାମୀ ଯଦି ଶୁଣିବା ପରେ ତାକୁ ଅସ୍ବୀକାର କରେ, ତବେେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନଇେଥିବା ଶପଥସବୁ ବାତିଲ ହାଇଯେିବ। ତା'ର ସ୍ବାମୀ ପ୍ରତିଜ୍ଞା ଭଂଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।
13ତାହାର ସ୍ବାମୀ ତାହାର ପ୍ରେତ୍ୟକକ ମାନତ ଓ ପ୍ରାଣକୁ କ୍ଲେଶ ଦବୋର ପ୍ରତିଜ୍ଞାୟୁକ୍ତ ପ୍ରେତ୍ୟକକ ଶପଥ ସ୍ଥିର କରିପା ରେ, କିମ୍ବା ତାହା ସ୍ବାମୀ ଭଙ୍ଗ କରିପା ରେ।
14ଯଦି ତା'ର ସ୍ବାମୀ ଶୁଣିବା ପରଠାରୁ ନୀରବ ହାଇେ ରହେ, ତବେେ ତା'ର ପ୍ରତିଜ୍ଞାଗୁଡିକ ପାଳନ କରାୟିବ କାରଣ ତା'ର ସ୍ବାମୀ ନୀରବ ହାଇେ ରହିଲା, ଯେତବେେଳେ ସେ ଏବିଷଯ ରେ ଶୁଣିଲା।
15କିନ୍ତୁ ଯଦି ସେ ପରେ ତା'ର (ସ୍ତ୍ରୀ) ଶପଥକୁ ପ୍ରତ୍ଯାଖ୍ଯାନ କରେ (ପ୍ରଥମ ଦିନପରେ) ତାହାଲେ ସେ (ସ୍ବାମୀ) ତା'ର (ସ୍ତ୍ରୀର) ଦୋଷ ବହନ କରିବ।
16ପୁରୁଷ ଓ ତାହାର ସ୍ତ୍ରୀ ବିଷଯ ରେ, ପିତା ଓ ପିତ୍ରାଳଯର ୟୁବତୀ କନ୍ଯା ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ ଏହିସବୁ ଆଜ୍ଞା ଦେଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme