ଗଣନା ପୁସ୍ତକ
Chapter 3
ଓଡ଼ିଆ ବାଇବେଲ1ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।
2ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।
3ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁ ମାନେ ଯାଜକରୂପେ ଅଭିଷିକ୍ତ ହାଇେଥିଲେ ଓ
4ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।
5ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
6ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।
7ସମାନଙ୍କେର ସମାଗମ ତମ୍ବୁ ନିକଟରେ ରକ୍ଷକ ହବେେ। ସମଗ୍ର ଇଶ୍ରାୟେଲ ସମାଜ ପାଇଁ ସମାନେେ ମଧ୍ଯ ପବିତ୍ର ଛାଉଣୀର କାର୍ୟ୍ଯ କରିବେ।
8ପୁଣି ସମାନେେ ସମାଗମ ତମ୍ବୁର ସବୋକାର୍ୟ୍ଯ କରିବା ସମୟରେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ଯର ରକ୍ଷା କରିବେ ଓ ଇଶ୍ରାୟେଲ ଲୋକମାନଙ୍କର ସବୋ କରିବେ।
9ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତ ରେ ଲବେୀୟମାନଙ୍କୁ ଦବେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇଶ୍ରାୟେଲ ଲୋକମାନଙ୍କ ପକ୍ଷରୁ ସମାନଙ୍କେୁ ଦିଆଗଲା।
10ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।
11ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
12ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।
13ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।
14ଅନନ୍ତର ସଦାପ୍ରଭୁ ସୀନଯ ମରୁଭୂମିରେ ମାଶାଙ୍କେୁ ପୁଣି କହିଲେ,
15 ଲବେୀୟମାନଙ୍କୁ ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବଯସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।
16ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।
17ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।
18ଗେର୍ଶୋନ ପରିବାରବର୍ଗର ନାମ ଲାବନି ଓ ଶିମିଯି।
19ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।
20ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
21ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।
22ଏମାନଙ୍କ ମଧିଅରେ ଓ ଏକମାସରୁ ଅଧିକ ବଯସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।
23ଗେର୍ଶୋନୀଯ ପରିବାରବର୍ଗ ପଶ୍ଚିମ ଦିଗ ରେ ପବିତ୍ର ତମ୍ବୁର ପଶ୍ଚାତ ଭାଗ ରେ ଛାଉଣୀ ସ୍ଥାପନ କରିବେ।
24ପୁଣି ଲାଯଲରେ ପୁତ୍ର ଇଲୀଯାସଫ ଗେର୍ଶୋନୀଯ ପରିବାରବର୍ଗର ଅଧିପତି ଥିଲା।
25ସମାଗମ ତମ୍ବୁ ରେ ଗେର୍ଶୋନର ପରିବାରର କର୍ତ୍ତବ୍ଯ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ ତମ୍ବୁର ଫାଟକର ଆଛାଦନ କନାର ଯତ୍ନ ନବୋ।
26ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।
27ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।
28ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କର ସଂଖ୍ଯା କହାତୀଯ ପରିବାରବର୍ଗର 8,300 ଓ ସମାନେେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିୟୁକ୍ତ ହେଲେ।
29କହାତୀଯ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗ ରେ ପବିତ୍ର ତମ୍ବୁ ନିକଟରେ ଛାଉଣୀ ସ୍ଥାପନ କରିବେ।
30ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।
31ପବିତ୍ର ସିନ୍ଦୂକ, ମଜେ,ଦୀପରୁଖା, ୟଜ୍ଞବଦେୀ, ପବିତ୍ରସ୍ଥାନର ସବୋ ସମ୍ବନ୍ଧୀଯ ସକଳପାତ୍ର, ଏବଂ ପରଦା ସମାନଙ୍କେର ଦାଯ୍ବିତ୍ବ ରେ ରହିବ।
32ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।
33ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।
34ପୁଣି ଏମାନଙ୍କ ମଧିଅରେ ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ।
35ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।
36ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।
37ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।
38ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।
39ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ରେ ଲବେୀୟମାନଙ୍କୁ ଗଣନା କଲେ। ଲବେୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବଯସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ଯା 2,200 ହେଲେ।
40ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବଯସ୍କ ସମସ୍ତ ଗଣନା କର ଓ ସମାନଙ୍କେର ନାମ ତାଲିକା କର।
41ମୁଁ ସଦାପ୍ରଭୁ, ମୁଁ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳ ରେ ଲବେୀୟମାନଙ୍କୁ ଗ୍ରହଣ କରିବୁ। ପୁଣି ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳ ରେ ଲବେୀୟମାନଙ୍କର ପଶୁ ଗ୍ରହଣ କରିବି।
42ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଇଶ୍ରାୟେଲର ଲୋକ ମଧିଅରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
43ପୁଣି ଏକ ମାସରୁ ଅଧିକ ବଯସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ଯା ନୁସା ରେ ସମାନଙ୍କେର ସଂଖ୍ଯା 22,273 ହେଲା।
44ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
45ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।
46ଇଶ୍ରାୟେଲ ରେ ଲବେୀୟମାନଙ୍କଠାରୁ 273 ଅଧିକ ପ୍ରଥମ ଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚଯ ମୁକୁଳା ଯିବେ।
47ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।
48ସହେି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ଯ ଦିଅ।'
49ତେଣୁ ମାଶାେ ସହେି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ।
50ଇଶ୍ରାୟେଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସହେି ମୂଲ୍ଯ ନେଲେ; ସେ ପବିତ୍ରସ୍ଥାନର ଶକେଲ ଅନୁସାରେ 1,365 ଶକେଲ ନେଲେ।
51ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.