ଗଣନା ପୁସ୍ତକ
Chapter 23
ଓଡ଼ିଆ ବାଇବେଲ1ତା'ପରେ ବିଲିଯମ ବାଲାକକୁ କହିଲେ, ଏଠା ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର। ମାେ ପାଇଁ ସାତଟି ଷଣ୍ତ ଓ ସାତଟି ମଷେ ପ୍ରସ୍ତୁତ କର।
2ବାଲାକ୍ ବିଲିଯମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିଯମ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଏକ ଗୋବତ୍ସ ଓ ଏକ ଏକ ମଷେ ଉତ୍ସର୍ଗ କଲେ।
3ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
4ପରମେଶ୍ବର ବିଲିଯମକୁ ସାକ୍ଷାତ କଲେ। ତହିଁରେ ବିଲିଯମ ସଦାପ୍ରଭୁଙ୍କୁ କହିଲେ, ମୁଁ ସାତଟି ୟଜ୍ଞବଦେୀ ନିର୍ମାଣ କରିଅଛି ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଷଣ୍ତ ଓ ଏକ ଅଣ୍ତିରା ମଷେ ବଳିଦାନ କରିଅଛି।
5ସେତବେେଳେ ସଦାପ୍ରଭୁ ବିଲିଯମର ମୁଖ ରେ ଏକ ବାକ୍ଯ ଦଇେ ତାକୁ କହିଲେ, ତୁମ୍ଭେ ବାଲାକ୍ ନିକଟକୁ ଫରେିୟାଅ, ତାକୁ ଏହିରୂପେ କୁହ।
6ତେଣୁ ବିଲିଯମ ବାଲାକ୍ ନିକଟକୁ ଫରେି ୟାଇ ଦେଖିଲେ, ବାଲାକ୍ ତଥାପି ୟଜ୍ଞବଦେୀ ନିକଟରେ ଛିଡା ହାଇେଛନ୍ତି ଓ ମାଯାେବର ଅଧିପତିଗଣ ତାଙ୍କ ସହିତ ଛିଡା ହାଇେ ଅଛନ୍ତି।
7ତହୁଁ ବିଲିଯମ କହିଲେ,
8ପରମେଶ୍ବର ଯାହାକୁ ଶାପ ଦଇନୋହାନ୍ତି ମୁଁ କିପରି ତାକୁ ଶାପ ଦବେି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାଁନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
9ମୁଁ ସମାନଙ୍କେୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସମାନଙ୍କେୁ ଗରି ଶ୍ ରଣେିରୁ ଦେଖୁଅଛି। ସମାନେେ ନିଜ ପାଇଁ ବଞ୍ଚନ୍ତି। ସମାନେେ ନିଜକୁ ଦେଶର ଏକ ଅଂଶ ବୋଲି ବିବଚେନା କରନ୍ତି ନାହିଁ।
10ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।
11ଏଥି ରେ ବାଲାକ୍ ବିଲିଯମକୁ କହିଲେ, ତୁମ୍ଭେ ଆମ୍ଭ ପ୍ରତି ଏ କ'ଣ କଲ? ଆମ୍ଭେ ଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସମାନଙ୍କେୁ ଆଶୀର୍ବାଦ କଲ।
12ମାତ୍ର ବିଲିଯମ ଉତ୍ତର କଲା, ସଦାପ୍ରଭୁ ମାେ ମୁହଁ ରେ ଯାହା କହନ୍ତି, ତାହା ହିଁ କରିବା କ'ଣ ମାରେଉଚିତ ନୁହେଁ?
13ଏହାପରେ ବାଲାକ୍ କହିଲେ, ଦୟାକରି, ତୁମ୍ଭେ ମାେ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସମାନଙ୍କେୁ ଦେଖିପାରିବ। ତୁମ୍ଭେ କବଳେ ସମାନଙ୍କେୁ ଦେଖିବ ଯେଉଁ ମାନେ ଶଷେ ଭାଗ ରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖିପାରିବ ନାହିଁ। ସହେିଠାରୁ ମାେ ନିମନ୍ତେ ସମାନଙ୍କେୁ ଅଭିଶାପ ଦିଅ।
14ବାଲାକ୍ ବିଲିଯମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନଇଗେଲେ ଏବଂ ସହେି ସ୍ଥାନ ରେ ସାତଟି ୟଜ୍ଞବଦେୀ ନିର୍ମାଣ କଲେ ଏବଂ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଷଣ୍ତ ଓ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।
15ବିଲିଯମ ବାଲାକକୁ କହିଲେ, ତୁମ୍ଭେ ତୁମ୍ଭର ହାମବେଳି ନିକଟରେ ଛିଡାହୁଅ। ମୁଁ ସହେି ସ୍ଥାନ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବି।
16ସଦାପ୍ରଭୁ ବିଲିଯମ ସହିତ ସାକ୍ଷାତ କଲେ ଓ ତାହାର ମୁଖ ରେ ବାକ୍ଯ ଦେଲେ, ତୁମ୍ଭେ ବାଲାକ୍ ନିକଟକୁ ୟାଅ ଏବଂ ତାକୁ ଏହା କୁହ।
17ତହୁଁ ସେ ବାଲାକ୍ ନିକଟକୁ ଫରେିଆସିଲେ ଏବଂ ତାକୁ ନିଜର ୟଜ୍ଞବଦେୀ ନିକଟରେ ଛିଡା ହାଇେଥିବାର ଦେଖିଲେ। ମାୟୋବର କୁଳୀନମାନେ ମଧ୍ଯ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କ'ଣ କହିଲେ?
18ତା'ପରେ ବିଲିଯମ କହିଲେ,
19ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
20ଦେଖ, ସଦାପ୍ରଭୁ ମାେତେ ଆଶୀର୍ବାଦ କରିବାକୁ ଆଜ୍ଞା ଦଇେଛନ୍ତି। ସେ ନିଜେ ମଧ୍ଯ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନପା ରେ।
21ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇଶ୍ରାୟେଲ ମଧିଅରେ ପାପ ଦେଖି ନାହାଁନ୍ତି। ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେ ସହିତ ଅଛନ୍ତି। ସମାନଙ୍କେ ରାଜାଙ୍କର ଜଯଧ୍ବନୀ ସମାନଙ୍କେ ମଧିଅରେ ଥିଲା।
22ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
23କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'
24ଦେଖ ସହେି ଲୋକମାନେ ସିଂହ ବିକ୍ରମ ରେ ଲଢୁଛନ୍ତି। ସମାନେେ ସିଂହ ପରି ଉଠୁଛନ୍ତି। ଯେ ପର୍ୟ୍ଯନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ, ସେ ପର୍ୟ୍ଯନ୍ତ ଶଯନ କରିବ ନାହିଁ।
25ଅନନ୍ତର ବାଲାକ୍ ବିଲିଯମୁ କହିଲେ, ତୁମ୍ଭେ ସମାନଙ୍କେୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।
26ବିଲିଯମ ବାଲାକ୍ କୁ କହିଲେ, ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମାେତେ ଯାହା କହିବେ ମୁଁ ତାହା କରିବି।
27ତା'ପରେ ବାଲାକ୍ ବିଲିଯମକୁ କହିଲେ, ମୁଁ ବିନଯ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନଇେ ୟିବି। ଏହା ଏପରି ହାଇପୋ ରେ, ପରମେଶ୍ବର ଦୟାପୂର୍ବକ ହାଇେ ସେ ସ୍ଥାନ ରେ ତୁମ୍ଭକୁ ଶାପ ଦବୋକୁ ଅନୁମତି ଦଇେ ପାରନ୍ତି।
28ଏଣୁ ବାଲାକ୍ ବିଲିଯମ ମରୁଭୂମି ଅଭିମୁଖ ରେ ପିୟୋର ଶିଖରକୁ ନଇଗେଲେ।
29ତହୁଁ ବିଲିଯମ ବାଲାକ୍ କୁ କହିଲେ, ଏହି ସ୍ଥାନ ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର ଓ ଏହି ସ୍ଥାନ ରେ ମାେ ପାଇଁ ସାତଟି ଷଣ୍ତ ଓ ସାତଟି ଅଣ୍ତିରା ମଷେ ଆଯୋଜନ କର।
30ତେଣୁ ବାଲାକ୍ ସହେି ଅନୁସାରେ କଲେ ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.