ଗଣନା ପୁସ୍ତକ
Chapter 12
ଓଡ଼ିଆ ବାଇବେଲ1ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
2ସମାନେେ କହିଲେ, ସଦାପ୍ରଭୁ କ'ଣ ମାଶାଙ୍କେ ସହିତ କବଳେ କଥା କହିଅଛନ୍ତି? ସେ କ'ଣ ଆମ୍ଭମାନଙ୍କ ସହିତ କଥା କହିନାହାଁନ୍ତି?
3ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।
4ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।
5ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, ହାରୋଣ ଓ ମରିଯମ! ତହୁଁ ସମାନେେ ବାହାର ହାଇେ ଆସିଲେ।
6ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।
7ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ।
8ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା କ ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?
9ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
10ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
11ତହିଁରେ ହାରୋଣ ମାଶାଙ୍କେୁ କହିଲେ, ହେ ମାହେର ମହାଶୟ, ଆମ୍ଭମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭମାନେେ ପାପ କରିଅଛୁ; ଏଣୁ ବିନଯ କରୁଅଛି, ଆମ୍ଭମାନଙ୍କ ଉପରେ ସହେି ପାପ ଥୁଅ ନାହିଁ।
12ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।
13ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।
14ସଦାପ୍ରଭୁ ମାଶାଙ୍କେୁ କହିଲେ, ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।
15ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ।
16ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.