Home Bibles ଲୂକଲିଖିତ ସୁସମାଚାର 3 · ଓଡ଼ିଆ ବାଇବେଲ ||

ଲୂକଲିଖିତ ସୁସମାଚାର

Chapter 3

ଓଡ଼ିଆ ବାଇବେଲ
1ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା। 2ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ। 4ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା: 5ପ୍ରେତ୍ୟକକ ଉପତ୍ୟକା ପୁର୍ଣ୍ଣ କରି ଦିଆୟିବ। ପ୍ରେତ୍ୟକକ ପର୍ବତ ଓ ପାହାଡ ସମତଳ ହାଇଯେିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆୟିବ ଓ ଖାଲଢିପ ରାସ୍ତା ସବୁ ସମତଳ କରି ଦିଆୟିବ। 6ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପରିତ୍ରାଣ ବିଷୟ ରେ ଜାଣିବେ।'ୟିଶାଇୟ 40:3-5 7ଯୋହନଙ୍କ ନିକଟକୁ ବାପ୍ତିଜିତ ହବୋ ପାଇଁ ଲୋକମାନେ ଆସିଲେ। ଯୋହନ ସମାନଙ୍କେୁ କହିଲେ, ତୁମ୍ଭମାନେେ ବିଷଧର ସାପ ଭଳି। ପରମେଶ୍ବରଙ୍କ ଆସୁଥିବା ମହା କୋରଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚତାଇେ ଦଲୋ? 8ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି। 9ଗଛ ମୂଳ ରେ କୁରାଢି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦଇପୋରୁନାହିଁ, ସହେି ପ୍ରେତ୍ୟକକ ଗଛକୁ କାଟିଦିଆୟିବ ଏବଂ ନିଆଁ ରେ ଫିଙ୍ଗି ଦିଆୟିବ। 10ଲୋକମାନେ ତାହାଙ୍କୁ ପଚାରିଲେ, ତବେେ ଆମ୍ଭମାନେେ କ'ଣ କରିବୁ? 11ଯୋହନ ସମାନଙ୍କେୁ ଉତ୍ତର ଦେଲେ, ଯଦି ତୁମ୍ଭ ପାଖ ରେ ଦୁଇଟି କୁର୍ତ୍ତା ଅଛି ତବେେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖ ରେ ଖାଦ୍ୟ ଅଛି ତବେେ ତାହାକୁ ମଧ୍ଯ ବାଣ୍ଟିଦିଅ। 12କେତକେ କର ଆଦାୟକାରୀ ବାପ୍ତିଜିତ ହବୋ ପାଇଁ ଆସିଲେ। ସମାନେେ ଯୋହନଙ୍କୁ ପଚାରିଲେ, ହେ ଗୁରୁ! ଆମ୍ଭମାନେେ କ'ଣ କରିବୁ? 13ଯୋହନ ସମାନଙ୍କେୁ କହିଲେ, ତୁମ୍ଭକୁ ଯେତିକି ନବୋକୁ ଆଦେଶ ଦିଆଯାଇଛି, ତା ଠାରୁ ଅଧିକ କର ଲୋକମାନଙ୍କ ଠାରୁ ନିଅ ନାହିଁ। 14ସୈନ୍ଯମାନେ ତାହାଙ୍କୁ ପଚାରିଲେ, ଆମ୍ଭକୁ କ'ଣ କରିବାକୁ ହବେ? 15ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷା ରେ ଥିଲେ। ଯୋହନଙ୍କ ବିଷୟ ରେ ସମାନେେ ମନେ ମନେ ଭାବୁଥିଲେ, ହୁଏତ ଏ ଖ୍ରୀଷ୍ଟ ଅଟନ୍ତି। 16ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ। 17ତାହାଙ୍କ ହାତ ରେ ଖଳା ସଫା କରିବାର କୁଲା ଅଛି। ସେଥି ରେ ସେ ଶସ୍ଯକୁ ଅଗାଡି ଠାରୁ ଅଲଗା କରି ଦବେେ। ସେ ଭଲ ଶସ୍ଯତକ ସଂଗ୍ରହ କରି ଅମାର ରେ ନଇେ ରଖିବେ। ତା'ପରେ ଅଗାଡି ଓ ଦରକାରୀ ଅନାବନା ଜିନିଷଗୁଡିକୁ ଚିରକାଳ ଜଳୁଥିବା ନିଆଁ ରେ ପୋଡି଼ ଦବେେ। 18ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଚାରର ଉପଦେଶ ଦେଉଥିଲେ ଏବଂ ଅନକେ ପ୍ରକାର ରେ ସାହାୟ୍ଯ କରୁଥିଲେ। 19ସାମନ୍ତରାଜା ହରେୋଦ ନିଜ ଭାଇର ସ୍ତ୍ରୀ େ ହରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତକେ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20ସହେିଭଳି ହରେୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳା ରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥି ରେ ଏହି କୁକର୍ମଟି ୟୋଗ ହେଲା। 21ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା। 22ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ। 23ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର। 24ଏଲୀ ମତ୍ଥାତଙ୍କର ପୁତ୍ର। 25ୟୋ ସଫେ ମତ୍ତିଥ୍ଯାଙ୍କର ପୁତ୍ର। 26ନଗୟ ମହଥଙ୍କ ପୁତ୍ର। 27ୟୋଦା ଯୋହନଙ୍କ ପୁତ୍ର। 28ନରେୀ ମଲ୍ଖୀଙ୍କ ପୁତ୍ର। 29ଏର ଯୀଶୁଙ୍କ ପୁତ୍ର। 30ଲବେୀଶିମିଯୋନଙ୍କ ପୁତ୍ର। 31ଏଲିଯାକୀମ ମଲାହଙ୍କ ପୁତ୍ର। 32ଦାଉଦ ୟିଶୟଙ୍କ ପୁତ୍ର। 33ବହଶୋନ ଅମ୍ମୀନାଦାବଙ୍କ ପୁତ୍ର। 34ୟିହୂଦା ଯାକୁବଙ୍କ ପୁତ୍ର। 35ନାହାରେ ସରୂଗଙ୍କ ପୁତ୍ର। 36ଶଲହେ କନୋନଙ୍କ ପୁତ୍ର। 37ଲମେଖ ମଥୂଶଲହଙ୍କେ ପୁତ୍ର। 38କନୋନ ଏନୋଶଙ୍କୁ ପୁତ୍ର।

Choose Theme