Home Bibles ଲୂକଲିଖିତ ସୁସମାଚାର 24 · ଓଡ଼ିଆ ବାଇବେଲ ||

ଲୂକଲିଖିତ ସୁସମାଚାର

Chapter 24

ଓଡ଼ିଆ ବାଇବେଲ
1ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସହେି ସ୍ତ୍ରୀ ଲୋକମାନେ ଯେଉଁଠା ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ଆସିଲେ। ସମାନେେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ଯ ସଙ୍ଗ ରେ ଆଣିଥିଲେ। 2ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି। 3ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। 4ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ଯ କିଛି ବୁଝିପାରିଲେ ନାହିଁ। ଏହି ଘଟଣା ରେ ସମାନେେ ବିସ୍ମିତ ହାଇଯୋଇଥିବା ସମୟରେ ଉଜ୍ଜ୍ବଳ ପୋଷାକ ପିନ୍ଧି ଦୁଇଜଣ ସ୍ବର୍ଗଦୂତ ସମାନଙ୍କେ ପାଖ ରେ ଠିଆ ହେଲେ। 5ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ। 6ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି? 7ଯୀଶୁ କହିଥିଲେ ଯେ, ମନୁଷ୍ଯୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତ ରେ କୃଶ ରେ ମାରି ଦିଆୟିବା ପାଇଁ ଅବଶ୍ଯ ଦଇେ ଦିଆୟିବ। କିନ୍ତୁ ସେ ପୁଣି ମୃତ୍ଯୁରୁ ତୃତୀୟ ଦିନ ଜୀବିତ ହାଇେ ଉଠିବେ। 8ତା'ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ। 9ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ। 10ସହେି ସ୍ତ୍ରୀ ଲୋକମାନଙ୍କ ମଧିଅରେ ମଗ୍ଦଲୀନୀ, ମରିୟମ, ଯୋହନ, ଯାକୁବଙ୍କ ମାଆ ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ ରରେିତମାନଙ୍କୁ ସବୁ ବିଷୟ ଜଣାଇଲେ। 11କିନ୍ତୁ ପ୍ ରରେିତମାନେ ସ୍ତ୍ରୀଲୋକମାନଙ୍କ କଥା ରେ ଆଦୌ ବିଶ୍ବାସ କଲେ ନାହିଁ। ସମାନଙ୍କେୁ ଏହା ପାଗଳ କଥାପରି ଲାଗିଲା। 12କିନ୍ତୁ ପିତର ଉଠି ପଡିଲେ। ଏକଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡିଗଲେ। ସେ ଭିତରକୁ ଚାହିଁଲେ। କିନ୍ତୁ ସେ କବଳେ ଯୀଶୁଙ୍କ ଉପରେ ଘୋଡାଇ ଦିଆଯାଇଥିବା ଲୁଗାପଟି ସଠାେରେ ଦେଖିଲେ। ଯୀଶୁଙ୍କ ଶରୀର ସଠାେରେ ନଥିଲା। ଯାହ ଘଟି ଯାଇଥିଲା, ସେଥି ରେ ସେ ଆଶ୍ଚର୍ୟ୍ଯ ହାଇେ ଏକାକୀ ରହିବା ପାଇଁ ଚାଲିଗଲେ। 13ସହେିଦିନ ଯୀଶୁଙ୍କର ଦୁଇଜଣ ଶିଷ୍ଯ ଇମ୍ମାଯୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ୟିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। 14ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ। 15ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ। 16କିନ୍ତୁ ସେ ଦୁଇଜଣଙ୍କୁ ସେତବେେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। 17ତା'ପରେ ଯୀଶୁଙ୍କୁ ପଚାରିଲେ, ତୁମ୍ଭମାନେେ କାହା ବିଷୟ ରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକିଗଲେ। ସମାନଙ୍କେର ମୁହଁ ଅତ୍ଯନ୍ତ ଦୁଃଖିତ ଦଖାେ ଯାଉଥିଲା। 18ତାହାଙ୍କ ଭିତରୁ କ୍ଲୟେପା ନାମକ ଲୋକଟି ଉତ୍ତର ଦଲୋ, ତୁମ୍ଭେ ୟିରୁଶାଲମଠା ରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତଦେିନ ଭିତ ରେ ଘଟି ଯାଇଥିବା ଘଟଣାଗୁଡିକ ବିଷୟ ରେ କିଛି ଜାଣନାହିଁ। 19ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁ ଘଟଣା ଗୁଡିକ ବିଷୟ ରେ କହୁଛ? 20କିନ୍ତୁ ଆମ୍ଭର ପ୍ରଧାନ ଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ଯୁଦଣ୍ଡ ଦିଆୟିବା ପାଇଁ ଅର୍ପଣ କରି ଦେଲେ ଏବଂ ତାହାଙ୍କୁ କୃଶ ରେ ବଧ କଲେ। 21ସେ ହିଁ ୟିଏ ଇଶ୍ରାୟେଲକୁ ମୁକ୍ତ କରିବେ ବୋଲି ଆମ୍ଭମାନେେ ଆଶା ରଖିଥିଲୁ। କିନ୍ତୁ ସତେିକି ବେଳେ ଏସବୁ ଘଟଣା ଘଟିଗଲା। ଏସବୁ ଛଡା ବର୍ତ୍ତମାନ ଯୀଶୁଙ୍କୁ ହତ୍ଯା କରା ୟିବାର ତିନି ଦିନି ବିତି ଗଲାଣି। 22କିନ୍ତୁ ଆଜି ଆମ୍ଭ ଦଳର କେତଜେଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ୟ୍ଯ ଜନକ କଥା କହିଲେ। ଯେଉଁ କବର ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ସମାନେେ ଆଜି ଅତି ଭୋରରୁ ଯାଇଥିଲେ। 23କିନ୍ତୁ ସମାନେେ ସଠାେରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସମାନେେ ସଠାେରେ ସ୍ବର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ଯ ଆମ୍ଭକୁ ଫରେିଆସି କହିଲେ। ସ୍ବର୍ଗଦୂତମାନେ ସମାନଙ୍କେୁ ଯୀଶୁ ଜୀବିତ ଥିବା କଥା କହିଥିଲେ। 24ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ଯ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ଯ ଖାଲି ଥିଲା, ସମାନେେ ଭିତରକୁ ଚାହିଁଲେ, କିନ୍ତୁ ସମାନେେ ଯୀଶୁଙ୍କୁ ସଠାେରେ ପାଇଲେ ନାହିଁ। 25ତା'ପରେ ଯୀଶୁ ସହେି ଦୁଇଜଣ ଲୋକଙ୍କୁ କହିଲେ, ତୁମ୍ଭମାନେେ କେତେ ବୋକା। ଭବିଷ୍ଯଦ୍ବକ୍ତାମାନେ ଯାହାସବୁ କହିଥିଲେ, ସହେି ସତ୍ଯକୁ ବିଶ୍ବାସ କରିବା ରେ ତୁମ୍ଭମାନେେ କେତେ ମନ୍ଥର। 26ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ। 27ତା'ପରେ ଯୀଶୁ ଶାସ୍ତ୍ରମାନଙ୍କ ରେ ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ସଗେୁଡିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମାଶାଙ୍କେ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ତାହାଙ୍କ ବିଷୟ ରେ ଯାହାସବୁ କହିଥିଲେ, ସଗେୁଡିକ ବୁଝାଇ ଦେଲେ। 28ଯେଉଁ ଗାଁକୁ ସମାନଙ୍କେର ୟିବାକୁ ଥିଲା, ସମାନେେ ସେ ଗାଁକୁ ପାଖ ରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେ ସହିତ ଏଭଳି ବ୍ଯବହାର କଲେ, ପ୍ରକୃତ ରେ ଯେପରି ତାହାଙ୍କର ଆଗକୁ ୟିବାକୁ ଦରକାର ଅଛି। 29କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ। 30ଯୀଶୁ ସମାନଙ୍କେ ସହିତ ଖାଇବା ପାଇଁ ବସି ପଡିଲେ। ସେ ହାତ ରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ଯବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସମାନଙ୍କେୁ ଦେଲେ। 31ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ। 32ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା। 33ତା'ପରେ ସମାନେେ ଉଠି ପଡିଲେ ଓ ୟିରୁଶାଲମକୁ ଫରେିଗଲେ। ୟିରୁଶାଲମ ରେ ସମାନେେ ଯୀଶୁଙ୍କ ଶିଷ୍ଯଗଣ ଓ ଏଗାର ଜଣ ପ୍ ରରେିତଙ୍କୁ ଏକତ୍ରୀତ ହାଇେଥିବାର ଦେଖିଲେ। 34ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ କହୁଥିଲେ, ପ୍ରକୃତ ରେ, ପ୍ରଭୁ ମୃତ୍ଯୁରୁ ଜୀବିତ ଉଠିଛନ୍ତି। ସେ ଶିମାନଙ୍କେୁ ଦଖାେ ଦଇେଛନ୍ତି। 35ତା'ପରେ ଏହି ଦୁଇଜଣ ଲୋକ ରାସ୍ତା ରେ ଯାହାସବୁ ଘଟିଥିଲା, ସେ ସମସ୍ତ ସମାନଙ୍କେ ଆଗ ରେ ବର୍ଣ୍ଣନା କଲେ। ସମାନେେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସମାନେେ କିପରି ଯୀଶୁଙ୍କୁ ଚିହ୍ନିପାରିଲେ। 36ଏହି ଦୁଇଜଣ ଲୋକ ଏହି ସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ଯଦଳଙ୍କ ଭିତ ରେ ଠିଆ ହାଇେଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ। 37ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି। 38କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ କାହିଁକି ବ୍ଯସ୍ତ ହାଇେ ପଡୁଛ? ଯାହା ଦେଖୁଛ, ସେଥିଲେ କାହିଁକି ସନ୍ଦହେ କରୁଛ? 39ମାେ ହାତକୁ ଚାହଁ। ମାେ ଗୋଡକୁ ଚାହଁ। ଏହା ମୁଁ! ମାେତେ ଛୁଅଁ, ତୁମ୍ଭମାନେେ ଦେଖ ଯେ ମାରେ ଏହା ଜୀବନ୍ତ ଶରୀର। ତୁମ୍ଭମାନେେ ମାେତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହାଇେ ପାରିବ ନାହିଁ। 40ଯୀଶୁ ସମାନଙ୍କେୁ ଏହି କଥା କହି ସାରିବା ପରେ ସେ ସମାନଙ୍କେୁ ତାହାଙ୍କ ହାତ ଓ ଗୋଡର ଆଘାତ ସବୁ ଦଖାଇେଲେ। 41ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି? 42ସମାନେେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43ଶିଷ୍ଯମାନେ ଦେଖୁଥିବା ବେଳେ ଯୀଶୁ ମାଛ ନଇେ ଖାଇଲେ। 44ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ। 45ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ। 46ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି। 47ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। 48ଯଦି ସମାନେେ ଏହା କରିବେ, ତବେେ ପରମେଶ୍ବର ସମାନଙ୍କେୁ କ୍ଷମା କରି ଦବେେ। ତୁମ୍ଭମାନେେ ୟିରୁଶାଲମରୁ ଆରମ୍ଭ କରିବ ଓ ମାେ ନାମ ରେ ଏଗୁଡିକ ପ୍ରଚାର କରିବ। ଏହି ସୁସମାଚାର ଓ ପୃଥିବୀ ରେ ନିଶ୍ଚୟ ସମସ୍ତଙ୍କୁ ଶୁଣଇେ ଦିଆୟିବ। 49ଶୁଣ! ମାରେ ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ବର୍ଗରୁ ସହେି ଶକ୍ତି ନପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ନିଶ୍ଚୟ ୟିରୁଶାଲମ ରେ ରହିବ। 50ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ ନଇଗେଲେ। ଯୀଶୁ ତାହାଙ୍କର ହାତ ଟକେି ଶିଷ୍ଯମାନଙ୍କୁ ଆଶୀର୍ବାଦ କଲେ। 51ଯୀଶୁ ସମାନଙ୍କେୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ଯମାନଙ୍କ ପାଖରୁ ଅଲଗା ହାଇଗେଲେ ଓ ତାହାଙ୍କୁ ସ୍ବର୍ଗକୁ ନିଆଗଲା। 52ଶିଷ୍ଯମାନେ ସଠାେରେ ତାହାଙ୍କୁ ଆରାଧନା କଲେ। ତା'ପରେ ସମାନେେ ୟିରୁଶାଲମକୁ ଫରେିଗଲେ। ସମାନେେ ବହୁତ ଖୁସି ଥିଲେ। 53ସମାନେେ ସବୁ ସମୟରେ ମନ୍ଦିର ରେ ରହି ପରମେଶ୍ବରଙ୍କ ସ୍ତୁତି କରୁଥିଲେ।

Choose Theme