Home Bibles ହିତୋପଦେଶ 23 · ଓଡ଼ିଆ ବାଇବେଲ ||

ହିତୋପଦେଶ

Chapter 23

ଓଡ଼ିଆ ବାଇବେଲ
1ଯେତବେେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନ ରେ ବସ ସେତବେେଳେ ତୁମ୍ଭ ସମ୍ମୁଖ ରେ କିଏ ଅଛି, ତାହା ଯତ୍ନପୂର୍ବକ ବିବଚେନା କର। 2ଯବେେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳା ରେ ଛୁରି ଆପେ ରଖ। 3ତାହାର ସୁସ୍ବାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେ ହତେୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ। 4ଧନୀ ହବୋକୁ ନିଜକୁ କ୍ଲାନ୍ତ କର ନାହିଁ। କେତବେେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ। 5ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ। 6ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ୟିଏ କୃପଣ ଏବଂ ତାହାର ସୁସ୍ବାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ। 7ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ। 8ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା ପ୍ରତି ପ୍ରଶଂସା ବକୋର ହାଇଯେିବ। 9ମୂର୍ଖର କର୍ଣ୍ଣଗୋଚର ରେ କଥା କୁହ ନାହିଁ। ଯେ ହତେୁ ସେ ତୁମ୍ଭ ବାକ୍ଯର ବିଜ୍ଞତା ତୁଚ୍ଛ କରିବ। 10ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ। 11କାରଣ ସମାନଙ୍କେ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସମାନଙ୍କେ ବିବାଦର ପ୍ରତିବାଦ କରିବେ। 12ଉପଦେଶ ରେ ତୁମ୍ଭର ହୃଦଯ ଓ କର୍ଣ୍ଣ ଦ୍ବାରା ଜ୍ଞାନର ବାକ୍ଯକୁ ଗ୍ରହଣ କର। 13ପିଲାକୁ ଶାସ୍ତି ଦବୋକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ି ରେ ବାଡ଼ଇେଲେ ହେଁ ସେ ମରିବ ନାହିଁ। 14ତୁମ୍ଭେ ତାକୁ ବାଡ଼ି ରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। 15ହେ ମାରେ ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମାରେ ବିଶଷେ ରେ ମାରେ ମନ ହୃଷ୍ଟ ହବେ। 16ତୁମ୍ଭେ ଯଥାର୍ଥ କଥା କହିଲେ ମାରେ ହୃଦଯ ଆନନ୍ଦିତ ହବେ। 17ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର। 18ଯେ ହତେୁ ତୁମ୍ଭର ସର୍ବଦା ଭବିଷ୍ଯତ ଅଛି, ତୁମ୍ଭର ଭରସା ଉଚ୍ଛନ୍ନ ହବେ ନାହିଁ। 19ହେ ମାରେ ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ଯପଥରେ କଢ଼ାଇ ନିଅ। 20ସହେି ଜଣଙ୍କ ପରି ହୁଅ ନାହିଁ, ୟିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପଟେୁ ମାଂସ ଭକ୍ଷକ ଅଟେ। 21ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ। 22ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। 23ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର। 24ଧାର୍ମିକର ପିତା ଅତିଶଯ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହତେୁ ହୃଷ୍ଟ ହୁଏ। 25ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ। 26ହେ ମାରେ ପୁତ୍ର, ତୁମ୍ଭର ହୃଦଯ ମାେତେ ଦିଅ। ତୁମ୍ଭର ଚକ୍ଷୁ ମାେ ପଥରେ ତୁଷ୍ଟ ହେଉ। 27ବେଶ୍ଯା ହେଉଛି ଗଭୀର ଖାତ ତୁଲ୍ଯ। ଜଣେ ବ୍ଯଭିଚାରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ଯ ଅଟେ। 28ଜଣେ ଖରାପ ସ୍ତ୍ରୀ ଲୋକ ଚୋର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ଯମାନଙ୍କ ମଧିଅରେ ଅବିଶ୍ବାସୀମାନଙ୍କର ସଂଖ୍ଯା ବଢ଼ାଏ। 29ଯେଉଁମାନେ ଅତ୍ଯନ୍ତ ମଦ୍ଯପ ଏବଂ ସବୁ ସମୟ ମଦ୍ଯ ପାନ ରେ ଉପ ଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ। 30ସହେିମାନଙ୍କର ବହୁତ ଝଗଡ଼ା ଓ ୟୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦଖାୟୋଏ। ସେ ନିଜେ ନିଜେ ତା'ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ। 31ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ର ରେ ଚକମକ ଦଖାୟୋଏ ଓ ସହଜ ରେ ଗଳାଧଃକରଣ ହେଲେ ମଧ୍ଯ ତୁମ୍ଭେ ତାକୁ ଅନାଅ ନାହିଁ। 32ଶଷେ ରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ। 33ତୁମ୍ଭର ଚକ୍ଷୁ ବିପରୀତ ବିଷଯ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ବନ୍ଦପୂର୍ଣ୍ଣ ହବେ। 34ତୁମ୍ଭେ ସମୁଦ୍ର ମଧିଅରେ ଶଯନକାରୀ ଅବା ଜାହାଜର ମାସ୍ତୁଲ ଉପ ରେ ଶଯନକାରୀ ଲୋକତୁଲ୍ଯ ହବେ। 35ତୁମ୍ଭେ କହିବ, ସମାନେେ ମାେତେ ମାରିଲେ, ମାତ୍ର ମାରେ କ୍ଷତି ହାଇେ ନାହିଁ। ସମାନେେ ମାେତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠିପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଚା ହେଁ।

Choose Theme