ଏହି ନବୈେଦ୍ଯ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସମାନଙ୍କେର ଅଭିଷକେ ଦିନ ରେ ଉତ୍ସର୍ଗ କରିବା ଉଚିତ୍। ସମାନେେ ପ୍ରତିଦିନ ଶସ୍ଯ ନବୈେଦ୍ଯ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନଇେ ଅର୍ଦ୍ଧକେ ପ୍ରଭାତ ରେ ଓ ଅର୍ଦ୍ଧକେ ସନ୍ଧ୍ଯା କାଳ ରେ ଉତ୍ସର୍ଗ କରିବେ।
Cross references
ଏକ ଓମର ଐଫାର ଦଶମାଂଶ।
ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।
ତୁମ୍ଭମାନେେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦଇେଥିବା ଆଜ୍ଞାନୁସା ରେ ନିଶ୍ଚଯ କରିବ। ତାଙ୍କର ପଦ ନିୟୋଗ ପାଇଁ ନିଶ୍ଚିତ ଭାବରେ ସାତଦିନ ପାଇଁ ଲାଗିବ।
ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।
ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।
ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।
ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।
ଲବେୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇଶ୍ରାୟେଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦଲେୁ, ତାହା ଯେତବେେଳେ ତୁମ୍ଭେ ସମାନଙ୍କେଠାରୁ ଗ୍ରହଣ କରିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାଟେ ପାଇଥିବାର ଏକ ଦଶମାଂଶ ଉତ୍ସର୍ଗ କରିବ।
ସମାନଙ୍କେୁ କୁହ, ସମାନେେ ନିମ୍ନ ରେ ଦର୍ଶାୟାଇଥିବା ଉପହାରଗୁଡିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ଯ ହାମେ ନିମନ୍ତେ ଏକ ବର୍ଷୀଯ ନିଖୁଣ ଦୁଇଟି ମଷେବତ୍ସ ଉତ୍ସର୍ଗ କରିବେ।
ଏହି ହାମବେଳି, ନିତ୍ଯ ହାମବେଳି, ପଯେ ନବୈେଦ୍ଯ ସହିତ ପ୍ରତି ବିଶ୍ରାମବାର ରେ ଉତ୍ସର୍ଗ କରିବ।
ପ୍ରେତ୍ୟକକ ୟିହୁଦୀ ମହାୟାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ବରଙ୍କୁ ଆପଣା ପାପ ନିମନ୍ତେ ନବୈେଦ୍ଯ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସହେି ମହାୟାଜକ ଲୋକମାନଙ୍କୁ ସାହାୟ୍ଯ କରନ୍ତି।
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
ପରମେଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରମେଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା।