ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Chapter 20
ଓଡ଼ିଆ ବାଇବେଲ1ତା'ପରେ ମୁଁ ସ୍ବର୍ଗରୁ ଜଣେ ସ୍ବର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖ ରେ ପାତାଳର ଅତଳ ଗହ୍ବରର ଗ୍ଭବି ଥିଲା। ତାହାଙ୍କ ହାତ ରେ ଗୋଟିଏ ବଡ଼ ଶିକୁଳି ଥିଲା।
2ସ୍ବର୍ଗଦୂତ ସହେି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସହେି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ୟ୍ଯନ୍ତ ଶିକୁଳି ରେ ବାନ୍ଧି ଦେଲେ।
3ସେ ତାହାକୁ ଗଭୀରତମ ଗହ୍ବର ରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରି ଦେଲେ। ଦୂତ ସହେି ଗହ୍ବରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହବୋପର୍ୟ୍ଯନ୍ତ ଲୋକମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାୟିବ।
4ତା'ପରେ ମୁଁ ତିନୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସହେି ଲୋକମାନଙ୍କୁ ବିଚାର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହବୋ ଓ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କରିବା ହତେୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସହେି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସହେି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସମାନେେ ତାହାଙ୍କ କପାଳ ରେ ବା ହାତ ରେ ସହେି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସମାନେେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କଲେ।
5(ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହବୋ ପର୍ୟ୍ଯନ୍ତ ବଞ୍ଚି ଉଠିଲେ ନାହିଁ।) ଏହା ହିଁ ପ୍ରଥମ ପୁନରୁତ୍ଥାନ।
6ଏହି ପ୍ରଥମ ପୁନରୁତ୍ଥାନ ରେ ଯେଉଁମାନେ ଅଂଶୀ ହୁଅନ୍ତି, ସମାନେେ ଧନ୍ଯ ଓ ପବିତ୍ର। ଏମାନଙ୍କ ଉପରେ ଦ୍ବିତୀୟ ମୃତ୍ଯୁର କୌଣସି କ୍ଷମତା ନାହିଁ। ସହେି ଲୋକମାନେ ପରମେଶ୍ବରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହବେେ। ସମାନେେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କରିବେ।
7ଏକ ହଜାର ବର୍ଷ ଶଷେ ହବୋପରେ ଶୟତାନକୁ ତା'ର ଗଭୀରତମ ଗହ୍ବରର ବନ୍ଦୀଶାଳାରୁ ମୁକ୍ତି ମିଳିବ।
8ସେ ପୃଥିବୀର ଚାରିକୋଣରୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସହେି ସମୁଦ୍ରର ବାଲି ପରି ଅସଂଖ୍ଯ ଗୋଗ୍ ଓ ମାଗୋଗ୍ଙ୍କୁ ଏକତ୍ର କରି ୟୁଦ୍ଧ କରିବାକୁ ବାହାରିବ।
9ଶୟତାନର ସନୋବାହିନୀ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ପରମେଶ୍ବରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ବରଙ୍କ ପ୍ରିୟ ନଗରକୁ ନଇଗେଲେ। କିନ୍ତୁ ସ୍ବର୍ଗରୁ ଅଗ୍ନି ଆସିଲା ଓ ତା'ର ସନୋବାହିନୀକୁ ବିନାଶ କରି ଦଲୋ।
10ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।
11ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।
12ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।
13ସମୁଦ୍ର ଭିତ ରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସମାନଙ୍କେୁ ଦଇେ ଦଲୋ। ମୃତ୍ଯୁ ଓ ପାତାଳ ନିଜ ପାଖ ରେ ଥିବା ମୃତ ଲୋକମାନଙ୍କୁ ଦଇେ ଦଲୋ, ପ୍ରେତ୍ୟକକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଚାର କରାଗଲା।
14ତା'ପରେ ମୃତ୍ଯୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷପେ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ବିତୀୟ ମୃତ୍ଯୁ ଅଟେ।
15ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲଖାେ ହାଇେଥିବାର ଦଖାଗେଲା ନାହିଁ, ତାହାକୁ ମଧ୍ଯ ଅଗ୍ନିମୟ ହ୍ରଦ ରେ ନିକ୍ଷପେ କରାଗଲା।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.