ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Chapter 13
ଓଡ଼ିଆ ବାଇବେଲ1ତା'ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତାଟେି ମୁଣ୍ଡ ଥିଲା। ପ୍ରେତ୍ୟକକ ଶିଙ୍ଗ ରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରେତ୍ୟକକ ମସ୍ତକରେ ପରମେଶ୍ବରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲଖାଯାେଇଥିଲା।
2ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା'ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସହେି ବିଶାଳ ସାପ ସମୁଦ୍ରକୂଳ ରେ ରହି ତା'ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦଲୋ।
3ତାହାର ମସ୍ତକଗୁଡ଼ିକ ମଧ୍ଯରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହାଇେଥିବା ପରି ଓ ମରାଯାଇଥିବା ପରି ଦଖାଗେଲା। କିନ୍ତୁ ତା'ର ମାରାତ୍ମକ କ୍ଷତି ଭଲ ହାଇଯୋଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ୟ୍ଯ ହେଲେ ଓ ସହେି ପଶୁର ଅନୁଗମନ କଲେ।
4ଲୋକାମନେ ସହେି ସାପକୁ ପୂଜା କଲେ, କାରଣ ସେ ତା'ର କ୍ଷମତା ପଶୁକୁ ଦାନ କରିଦଇେଥିଲା। ଲୋକମାନେ ସହେି ପଶୁକୁ ମଧ୍ଯ ପୂଜା କଲେ। ସମାନେେ କହିଲେ, ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି ? ତା' ବିରୁଦ୍ଧ ରେ କିଏ ୟୁଦ୍ଧ କରିପାରିବ ?
5ସହେି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବଯାଳିଶମାସ ପର୍ୟ୍ଯନ୍ତ ତା'ର କ୍ଷମତା ପ୍ରଯୋଗ କରିବା ପାଇଁ ଅନୁମତି ଦିଆଗଲା।
6ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।
7ତାହାକୁ ପରମେଶ୍ବରଙ୍କ ପବିତ୍ ରେଲାକ ବିରୁଦ୍ଧ ରେ ୟୁଦ୍ଧ କରି ସମାନଙ୍କେୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।
8ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।
9ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।
10ଯେଉଁ ବ୍ଯକ୍ତିର ବନ୍ଦୀ ହବୋର ଅଛି, ତବେେ ସେ ବନ୍ଦୀ ହବେ। ଯେଉଁ ବ୍ଯକ୍ତିର ମୃତ୍ଯୁ ଖଣ୍ଡା ଦ୍ବାରା ହବୋର ଅଛି, ତବେେ ସେ ଲୋକ ଖଣ୍ଡା ରେ ମୃତ୍ଯୁବରଣ କରିବ। ଏହି ସମୟରେ, ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ର୍ଧୈୟ୍ଯ ଓ ବିଶ୍ବାସ ରହିବା ଉଚିତ।
11ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମଷେ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।
12ଏହି ପଶୁ ପ୍ରଥମପଶୁ ସାମନା ରେ ଠିଆ ହେଲା ଓ ପ୍ରଥମପଶୁଠା ରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ଯବହାର କଲା। ସେ ପ୍ରଥମପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ଯ କଲା। ସହେି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହାଇଯୋଇଥିଲା।
13ଏହି ଦ୍ବିତୀୟ ପଶୁ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରେ। ଲୋକମାନେ ଦେଖୁଥିଲା ବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।
14ଦ୍ବିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାେଏ। ସେ ଯେଉଁ କ୍ଷମତା ପାଇଥିଲା, ତା ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହି ସବୁ ଆଶ୍ଚର୍ୟ୍ଯକର୍ମମାନ କଲେ। ଦ୍ବିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦବୋ ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦଲୋ। ଏହି ପଶୁ ଖଣ୍ଡା ରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା।
15ଦ୍ବିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦବୋ ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସହେି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସମାନଙ୍କେୁ ମୃତ୍ଯୁଦଣ୍ଡର ଆଦେଶ ଦବେ।
16ଦ୍ବିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ବାଧୀନ ଓ ପରାଧୀନ ନିର୍ବିଶଷେ ରେ ସମସ୍ତଙ୍କୁ ସମାନଙ୍କେ ଦକ୍ଷିଣ ହାତ ରେ କିମ୍ବା ସମାନଙ୍କେ କପାଳ ରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ଯ କଲା।
17ଯେଉଁ ମନୁଷ୍ଯ ସହେି ପଶୁର ନାମ କିମ୍ବା ତାହାର ନାମର ସଂଖ୍ଯା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରିପାରିବ ନାହିଁ।
18ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ଯାର ଅର୍ଥକୁ ଠିକରୂପେ ଦଇପୋରିବ। ଏଥିପାଇଁ ବୁଦ୍ଧି ଆବଶ୍ଯକ କାରଣ ଏହିସଂଖ୍ଯା ଗୋଟିଏ ମନୁଷ୍ଯର ସଂଖ୍ଯା। ତାହାର ସଂଖ୍ଯା ହେଉଛି 666।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.