Home ପ୍ରଥମ ବଂଶାବଳୀ 18 · ଓଡ଼ିଆ ବାଇବେଲ

ପ୍ରଥମ ବଂଶାବଳୀ

Chapter 18

ଓଡ଼ିଆ ବାଇବେଲ
1ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।
2ଏହାପରେ ଦାଉଦ ମାୟୋବ ଦେଶକୁ ପରାସ୍ତ କଲେ। ମାୟୋବୀଯ ଲୋକମାନେ ଦାଉଦଙ୍କ ଦାସ ହେଲେ। ସମାନେେ ଦାଉଦଙ୍କୁ ରାଜଦଯେ ଅର୍ପଣ କଲେ।
3ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।
4ଦାଉଦ ହଦ ରଷେରଙ୍କଠାରୁ 1,000 ରଥ, 7,000 ରଥଚାଳକ, ଓ 20,000 ସୈନ୍ଯ ନଇଗେଲେ। ରଥ ଟାଣିବା ନିମନ୍ତେ ବ୍ଯବହୃତ ହେଉଥିବା ହଦ ରଷେରଙ୍କ ଅଧିକାଂଶ ଅଶ୍ବକୁ ଦାଉଦ ପଙ୍ଗୁ କର ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ୟଥେଷ୍ଟ ଅଶ୍ବକୁ ସୁରକ୍ଷିତ ରଖିଲେ।
5ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।
6ତା'ପରେ ଦାଉଦ ଦମ୍ମେଶକ ସହରର ଅରାମ ରେ ପ୍ରହରୀ ସ୍ଥାପନ କଲେ। ଅରାମୀଯ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।
7ଦାଉଦ ହଦ ରଷେରଙ୍କ ସନୋପତିମାନଙ୍କଠାରୁ ସୁବର୍ଣ୍ଣ ଢ଼ାଲଗୁଡ଼ିକ ନଇଗେଲେ ଓ ସଗେୁଡ଼ିକୁ ୟିରୁଶାଲମକୁ ଆଣିଲେ।
8ଦାଉଦ ଆହୁରି ମଧ୍ଯ ହଦ ରଷେରର ଟିଭତ୍ ଓ କୂନି ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସହେି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ଯାନ୍ଯ ବସ୍ତୁ ନିର୍ମାଣ କଲେ।
9ତଯି ହମାତ ନଗରୀର ରାଜା ଥିଲେ। ହଦ ରଷେର ସୋବାର ରାଜା ଥିଲେ। ତଯି ଶୁଣିବାକୁ ପାଇଲେ ଯେ, ଦାଉଦ ହଦ ରଷେରଙ୍କ ସମସ୍ତ ସୈନ୍ଯବାହିନୀକୁ ପରାସ୍ତ କରିଛନ୍ତି।
10ତେଣୁ ତଯି ଅଭ୍ଯର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବଦନେ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତଯି ହଦ ରଷେରଙ୍କ ବିରୁଦ୍ଧ ରେ ୟୁଦ୍ଧ ରେ ଥିଲେ। ତଯି ଦାଉଦଙ୍କୁ ସୁବର୍ଣ୍ଣ, ରେ ୗପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ।
11ରାଜା ଦାଉଦ ସହେିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମାୟୋବ ଓ ଅେମ୍ମାନୀୟ, ପଲେଷ୍ଟୀୟ ଓ ଅମାଲକେୀଯମାନଙ୍କଠାରୁ ଆଣିଥିବା ରୂପା ଓ ସୁନା ରେ ଠିକ୍ ସହେି ପ୍ରକାର ସାମଗ୍ରୀ ତିଆରି କଲେ।
12ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।
13ଅବୀଶଯ ଇଦୋମ ରେ ମଧ୍ଯ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀଯ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସହେିଠା ରେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।
14ଦାଉଦ ସମଗ୍ର ଇଶ୍ରାୟେଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ଯାଯବାନ ଥିଲେ।
15ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।
16ସାଦୋକ୍ ଓ ଅହୀମଲେକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମଲେକ୍ ଅବିଯାଥରଙ୍କ ପୁତ୍ର ଥିଲେ। ଶାବ୍ଶା ଲିପିକାର ଥିଲେ।
17ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme