Home ପ୍ରଥମ ବଂଶାବଳୀ 15 · ଓଡ଼ିଆ ବାଇବେଲ

ପ୍ରଥମ ବଂଶାବଳୀ

Chapter 15

ଓଡ଼ିଆ ବାଇବେଲ
1ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।
2ଏହାପରେ ଦାଉଦ କହିଲେ, କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।
3ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।
4ଦାଉଦ ହାରୋଣ ଓ ଲବେୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ।
5କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିଯଲେ ସମାନଙ୍କେର ନେତା ଥିଲେ।
6ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାଯ ସମାନଙ୍କେର ନେତା ଥିଲେ।
7ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯାୟେଲ ସମାନଙ୍କେର ନେତା ଥିଲେ।
8ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମଯିଯ ସମାନଙ୍କେର ନେତା ଥିଲେ।
9ହିବ୍ରୋଣଙ୍କ ପରବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀଯଲେ ସମାନଙ୍କେର ନେତା ଥିଲେ।
10ଉର୍ଷାଯଲଙ୍କେ ପରିବାରବର୍ଗରୁ
112 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।
12ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।
13ନିଯମସିନ୍ଦୁକକୁ କିପରି ବହି ନବୋକୁ ହବେ, ତାହା କ'ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଚାରି ନ ଥିଲୁ ? ତୁମ୍ଭେ କ'ଣ ଲବେୀୟମାନେ ତାହାକୁ ବହନ କରି ନ ଥିଲେ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।
14ଏହାପରେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିଯମସିନ୍ଦକକୁ ବହି ନଇୟିବୋ ନିମନ୍ତେ ଯାଜକ ଓ ଲବେୀୟମାନେ ନିଜକୁ ପବିତ୍ର କଲେ।
15ମାଶାେ ଯେଉଁପରି ଆଦେଶ ଦଇେଥିଲେ, ସହେିପରି ଭାବରେ ନିଯମସିନ୍ଦୁକକୁ ବହି ନଇୟିବୋ ନିମନ୍ତେ ଲବେୀୟମାନେ ବିଶଷେ କାଷ୍ଠଦଣ୍ଡର ବ୍ଯବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସହେିପରି ସମାନେେ ନିଯମସିନ୍ଦୁକକୁ ବହି ନେଲେ।
16ଦାଉଦ, ଲବେୀୟ ନେତାମାନଙ୍କୁ ସମାନଙ୍କେ ଭ୍ରାତାଗଣ ଗାଯକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାଯକମାନେ ସମାନଙ୍କେର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦ ରେ ଗୀତଗାନ କରିବେ।
17ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।
18ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।
19ଗାଯକ ହମେନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ।
20ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।
21ମତ୍ତଥିଯ, ଇଲୀଫଲହେୁ, ମକନଯେ, ଓବେଦ୍-ଇଦୋମ୍, ୟିୟୁଯଲେ ଓ ଅସରିଯ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସମାନଙ୍କେର ଏହି କାର୍ୟ୍ଯ ଥିଲା।
22ଲବେୀୟ ନେତା କନନିଯ ଗାଯନ ଦାଯିତ୍ବ ରେ ଥିଲେ। କନନିଯ ସଙ୍ଗୀତ ବିଦ୍ଯା ରେ ଅତ୍ଯନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ୟ୍ଯ ଦତ୍ତ ହାଇେଥିଲା।
23ନିଯମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହାଇେଥିବା ପକ୍ଷୀମାନଙ୍କ ମଧିଅରେ ଦୁଇଜଣ ଥିଲେ ବେଶଖିଯ ଓ ଇଲକାନା।
24ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।
25ଦାଉଦ, ଇଶ୍ରାୟେଲର ପ୍ରାଚୀନବର୍ଗ ଓ ସନୋଧ୍ଯକ୍ଷମାନେ ନିଯମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସମାନେେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନଇେଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ।
26ପରମେଶ୍ବର ନିଯମସିନ୍ଦୁକ ବହିନଇେ ଯାଉଥିବା ଲବେୀୟମାନଙ୍କୁ ସାହାୟ୍ଯ କଲେ। ସମାନେେ ସାତ ଗୋଟି ବଳଦ ଓ ସାତାଟେି ମେଣ୍ଢାକୁ ଉତ୍ସର୍ଗ କଲେ।
27ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
28ଏହିପରି, ଇଶ୍ରାୟେଲର ସମସ୍ତ ଲୋକ ନିଯମସିନ୍ଦୁକକୁ ନଇେଆସିଲେ। ସମାନେେ ଉଚ୍ଚସ୍ବର କଲେ, ସମାନେେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ଯ ଓ ତୂରୀ ବଜାଇଲେ, ଆହୁରି ମଧ୍ଯ ସମାନେେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।
29ନିଯମସିନ୍ଦୁକ ଯେତବେେଳେ ଦାଉଦଙ୍କ ନଗର ରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦଇେ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ଯ ଓ ଆନନ୍ଦ କରୁଅଛନ୍ତି। ସେ ହୃଦଯ ରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme