Home ପ୍ରଥମ ବଂଶାବଳୀ 14 · ଓଡ଼ିଆ ବାଇବେଲ

ପ୍ରଥମ ବଂଶାବଳୀ

Chapter 14

ଓଡ଼ିଆ ବାଇବେଲ
1ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ ରରଣେ କଲେ। ହୀରମ୍ ଆହୁରି ମଧ୍ଯ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼ଇମାନଙ୍କେୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସମାନଙ୍କେୁ ପଠାଇଲେ।
2ଦାଉଦ ଜାଣିପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇଶ୍ରାୟେଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇଶ୍ରାୟେଲ ପାଇଁ ଦାଉଦଙ୍କ ରାଜ୍ଯକୁ ଏକ ବିଶାଳ ରାଜ୍ଯ ରେ ପରିଣତ କଲେ।
3ଦାଉଦ ୟିରୁଶାଲମ ରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ଯାମାନ ଜନ୍ମିଲେ।
4ୟିରୁଶାଲମ ରେ ଜନ୍ମ ହାଇେଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି : ଶମ୍ମଯ, ଶୋବବ, ନାଥନ, ଶଲୋମନ,
5ୟିଭର, ଇଲୀଶୂଯ, ଇଲ୍ପଲେଟ୍,
6ନୋଗହ, ନଫରୋ, ୟାଫିଯ,
7ଇଲୀଶମା, ବୀଲିଯାଦା ଓ ଇଲୀଫଲଟେ।
8ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ ହାଇେଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।
9ପଲେଷ୍ଟୀୟମାନେ ରଫଯୀମ ଉପତ୍ୟକା ରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସମାନଙ୍କେର ଜିନିଷପତ୍ର ଚୋରି କରି ନଇଗେଲେ।
10ଦାଉଦ ପରମେଶ୍ବରଙ୍କୁ ପଚାରିଲେ, ମୁଁ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟୁଦ୍ଧ କରିବି କି ? ତୁମ୍ଭେ ମାେତେ ସମାନଙ୍କେ ଉପରେ ବିଜଯ ପ୍ରଦାନ କରିବ କି ? ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, ୟାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜଯ ପ୍ରଦାନ କରାଇବା।
11ଏହାପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ଫରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, ପରମେଶ୍ବର ମାେ ଦ୍ବାରା ମାେ ଶତ୍ରୁମାନଙ୍କୁ ବନ୍ଯା ବ୍ଯାପିବା ତୁଲ୍ଯ ଧ୍ବଂସ କରିଅଛନ୍ତି। ତେଣୁ ସହେି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା।
12ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀମ୍ଠା ରେ ସମାନଙ୍କେର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଜ୍ବଳାଇ ଦବୋ ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।
13ପଲେଷ୍ଟୀୟମାନେ ଇଫାଯୀମ୍ ଉପତ୍ୟକା ରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ।
14ଦାଉଦ ପରମେଶ୍ବରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ବର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ବର କହିଲେ, ଦାଉଦ, ତୁମ୍ଭେ ଯେତବେେଳେ ଆକ୍ରମଣ କରିବ, ସେତବେେଳେ ପଲେଷ୍ଟୀୟମାନଙ୍କ ପେଛ ପେଛ ପର୍ବତ ଉପରକୁ ୟିବ ନାହିଁ। ବରଂ ସମାନଙ୍କେ ଚତୁର୍ଦ୍ଦିଗ ରେ ୟାଇ ତୂତ୍ ବୃକ୍ଷ ଆଢୁ଼ଆଳ ରେ ନିଜକୁ ଲୁଚାଅ।
15ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ୟୁଦ୍ଧ ୟାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ବର, ତୁମ୍ଭ ସମ୍ମୁଖ ରେ ୟିବା ଓ ପଲେଷ୍ଟୀୟ ସୈନ୍ଯଦଳକୁ ପରାସ୍ତ କରିବା।
16ପରମେଶ୍ବର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସହେିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ଯଦଳଙ୍କୁ ପରାସ୍ତ କଲେ। ସମାନେେ ଗିବଯେୋନ୍ ସହରଠାରୁ ଗଷେର ସହର ପର୍ୟ୍ଯନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ।
17ତେଣୁ ଦାଉଦ ସବୁଦେଶ ରେ ବିଖ୍ଯାତ ହାଇେ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟକୀଜ କରାଇଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme