ନିହିମିୟା
Chapter 4
ଓଡ଼ିଆ ବାଇବେଲ1ସନ୍ବଲ୍ଲଟ ଯେତବେେଳେ ଶୁଣିଲା ଯେ ପ୍ରାଚୀର ଗଢା ହାଇଚେି, ସେ ଅତିଶଯ କୋପିତ ହାଇେ ୟିହୁଦୀଯଙ୍କୁ ପରିହାସ କଲା।
2ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?
3ଏହି ସମୟରେ ଅେମ୍ମାନୀୟ ଟୋବିୟ ତାହା ପାଖ ରେ ଥିଲା, ଆଉ ସେ କହିଲା, ସମାନେେ ଯାହା ଗଢୁଛନ୍ତି, ବିଲୁଆ ଚଢିଗଲେ ସେ ସମାନଙ୍କେ ପଥର ପ୍ରାଚରେୀ ଭାଙ୍ଗି ପକାଇବ।
4ମୁଁ ପ୍ରାର୍ଥନା କଲି, ହେ ଆମ୍ଭର ପରମେଶ୍ବର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସହେି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସମାନଙ୍କେର ପରିହାସ ସମାନଙ୍କେ ପାଖକୁ ଫରୋଇ ଦିଅ। ସମାନଙ୍କେୁ ବିଦେଶ ରେ ବନ୍ଦୀକରି ସମାନଙ୍କେର ଧନ ଲୁଣ୍ଠିତ କରାଗଲା।
5ସମାନଙ୍କେ ଅଧର୍ମ ଆଚ୍ଛାଦନ କରନାହିଁ ଓ ତୁମ୍ଭ ଦୃଷ୍ଟି ରେ ସମାନଙ୍କେ ପାପମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସମାନେେ ଅପମାନିତ କରି ଅଛନ୍ତି।
6ଆମ୍ଭେ ୟିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁଃପାଶର୍ବ ରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ୟ୍ଯନ୍ତ ସମୁଦାଯ ପ୍ରାଚୀର ଏକତ୍ର ସଂୟୁକ୍ତ କରାଗଲା। ଯେ ହତେୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।
7ମାତ୍ର ୟିରୁଶାଲମର ପ୍ରାଚୀରର ମରାମତି କାର୍ୟ୍ଯ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡିକ ଭର୍ତ୍ତି ହବୋ ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀଯମାନେ ଓ ଅେମ୍ମାନୀୟମାନେ ଓ ଅସ୍ଦୋଦୀଯମାନେ ଅତିଶଯ ରାଗି ଗଲେ।
8ଆଉ ସମସ୍ତେ ୟିରୁଶାଲମକୁ ୟାଇ ତହିଁ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଓ ତହିଁ ମଧିଅରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ।
9ମାତ୍ର ଆମ୍ଭମାନେେ ସମାନଙ୍କେ ସକାଶୁ ଆପଣାମାନଙ୍କ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସମାନଙ୍କେ ବିରୁଦ୍ଧ ରେ ପ୍ରହରୀ ରଖିଲୁ।
10ସେତବେେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହାଇେଅଛି, ଆଉ ସଠାେରେ ଏତେ ଧ୍ବଂସାବଶଷେ ଅଛି, ଯେ ଆମ୍ଭମାନେେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ।
11ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, 'ଆମ୍ଭମାନେେ ସମାନଙ୍କେ ମଧିଅରେ ଉପସ୍ଥିତ ହାଇେ ସମାନଙ୍କେୁ ବଧ ଓ ସମାନଙ୍କେ କାର୍ୟ୍ଯ ବନ୍ଦ କରିବା ପର୍ୟ୍ଯନ୍ତ ସମାନେେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।'
12ଆଉ ସମାନଙ୍କେ ନିକଟରେ ବାସ କରୁଥିବା ୟିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, 'ଗ୍ଭରିଆଡେ ସମାନେେ ଆମ୍ଭର ବିରୋଧି ହବେେ।'
13ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।
14ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।
15ଏହାପରେ ଆମ୍ଭମାନଙ୍କ ଶତୃଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ୟାଇଅଛି ଓ ପରମେଶ୍ବର ତାହା ବିଫଳ କରିଅଛନ୍ତି। ଏହା ସମାନେେ ଶୁଣିବାରୁ ଆମ୍ଭମାନେେ ପ୍ରେତ୍ୟକକ ପ୍ରାଚୀର ରେ ନିଜ ନିଜ କାର୍ୟ୍ଯକୁ ଫରେିଗଲୁ।
16ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।
17ଯେଉଁମାନେ ପ୍ରାଚୀର ଗଢିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରେତ୍ୟକକ ଜଣ ଏକ ହସ୍ତ ରେ କର୍ମ କଲେ ଓ ଅନ୍ୟ ହସ୍ତ ରେ ଅସ୍ତ୍ର ଧରିଲେ।
18ଆଉ ଗାନ୍ଥକମାନଙ୍କର ପ୍ରେତ୍ୟକକ ଆପଣା ଆପଣା କଟି ଦେଶ ରେ ଖଡ୍ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା।
19ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଅନ୍ଯାନ୍ଯ ଲୋକଙ୍କୁ କହିଲୁ, କାର୍ୟ୍ଯକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭମାନେେ ପ୍ରାଚୀର ଉପରେ ପୃଥକ ହାଇେ ଜଣେ ଜଣକଠାରୁ ଦୂର ରେ ଅଛୁ।
20ଏଣୁ ଯକେୈଣସି ସ୍ଥାନ ରେ ତୂରୀର ଶଦ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ପକ୍ଷ ରେ ୟୁଦ୍ଧ କରିବେ।
21ଏହି ରୂପେ ଆମ୍ଭମାନେେ ସହେି କାର୍ୟ୍ଯ ରେ ପରିଶ୍ରମ କଲୁ। ପୁଣି ଅରୁଣୋଦଯ ସମୟଠାରୁ ତାହା ଦେଖିବା ସମୟ ପର୍ୟ୍ଯନ୍ତ ସମାନଙ୍କେର ଅର୍ଦ୍ଧୋକ ଲୋକ ବର୍ଚ୍ଛା ଧରିଲେ।
22ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରେତ୍ୟକକ ଲୋକ ରାତ୍ରି କାଳ ରେ ଆପଣା ଆପଣା ଦାସ ସହିତ ୟିରୁଶାଲମ ଭିତ ରେ ରୁହନ୍ତୁ। ତହିଁରେ ସମାନେେ ରାତ୍ରି ରେ ଆମ୍ଭମାନଙ୍କର ପ୍ରହରୀ ହାଇେ ପାରିବେ ଓ ଦିବସ ରେ କର୍ମ କରିପାରିବେ।
23ଏହିପରି ମୁଁ କି ମାରେ ଭାଇମାନେ କି ମାରେ ଦାସମାନେ କିଅବା ମାେ ପଶ୍ଚାଦବର୍ତ୍ତୀ ପ୍ରହରୀମାନେ କହେି ଆପଣା ଦହରେୁ ବସ୍ତ୍ର କାଢିଲେ ନାହିଁ। ପ୍ରେତ୍ୟକକ ଲୋକର ତା ପାଖ ରେ ସର୍ବଦା ଅସ୍ତ୍ର ରଖିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.