Home ଆଦି ପୁସ୍ତକ 17 · ଓଡ଼ିଆ ବାଇବେଲ

ଆଦି ପୁସ୍ତକ

Chapter 17

ଓଡ଼ିଆ ବାଇବେଲ
1ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।
2ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନଇେ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।
3ତହିଁରେ ଅବ୍ରାମ ପରମେଶ୍ବରଙ୍କଠା ରେ ମଥାନତ କଲେ। ପରମେଶ୍ବର ତାଙ୍କୁ କହିଲେ,
4ଏହା ହେଉଛି ତୁମ୍ଭ ସହିତ ମାରଚେୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି।
5ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦବେି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦବେି କାରଣ ମୁଁ ତୁମ୍ଭକୁ ଅନକେ ଜାତିଗଣର ଜନକ କରିବି।
6ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହବେେ।
7ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
8ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶ ରେ ଅସ୍ଥାଯୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହବେ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦବେି ଏବଂ ମୁଁ ସମାନଙ୍କେର ପରମେଶ୍ବର ହବେି।
9ଏବଂ ପରମେଶ୍ବର ଅବ୍ରହାମଙ୍କୁ କହିଲେ, ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ।ତୁମ୍ଭେ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ।
10ଏହି ଚୁକ୍ତିକୁ ତୁମ୍ଭମାନେେ ନିଶ୍ଚଯ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମାେ ମଧିଅରେ ଚୁକ୍ତି ଏବଂ ଏହା ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି ପ୍ରେତ୍ୟକକ ଜନ୍ମ ହବୋ ପୁରୁଷକୁ ନିଶ୍ଚଯ ସୁନ୍ନତ କରାୟିବ।
11ତୁମ୍ଭମାନେେ ନିଶ୍ଚଯ ସୁନ୍ନତ ହବେ। ଏହା ତୁମ୍ଭମାନଙ୍କର ନିଯମର ଚିହ୍ନ ହବେ।
12ତୁମ୍ଭର ପୁତ୍ରମାନଙ୍କୁ ଯେତବେେଳେ ଆଠଦିନ ହବେ, ତୁମ୍ଭେ ସେତବେେଳେ ସମାନଙ୍କେୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘ ରେ ଯେଉଁମାନେ ଜନ୍ମ ହାଇେଛନ୍ତି, ଯେଉଁମାନେ ବିଦେଶରୁ କିଣା ୟାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାୟିବ।
13ସେଥିବାଇଁ ତୁମ୍ଭର ସମସ୍ତ ପୁରୁଷ ସବେକଗଣ ନିଶ୍ଚଯ ସୁନ୍ନତ ହବେେ ଓ ତୁମ୍ଭମାନଙ୍କର ଶରୀର ରେ, ଚୁକ୍ତି ହିସାବ ରେ ମାରେ ଚିରନ୍ତନ ଚିହ୍ନ ରହିବ।
14ଯେଉଁ ମନୁଷ୍ଯମାନଙ୍କର ସୁନ୍ନତ ହାଇନୋହିଁ, ସମାନଙ୍କେୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାୟିବ। କାହିଁକି? କାରଣ ସେ ମାରେ ଚୁକ୍ତି ଭଙ୍ଗ କରିଛି।
15ପରମେଶ୍ବର ଅବ୍ରହାମଙ୍କୁ କହିଲେ, ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହବେ।
16ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳ ରେ ଏକ ପୁତ୍ର ଦବେି। ଏବଂ ତୁମ୍ଭେ ତା'ର ପିତା ହବେ। ସେ ବହୁ ଜାତିର ଆଦିମାତା ହବେ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନବେେ।
17ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?
18ଏହାପରେ ଅବ୍ରହାମ ପରମେଶ୍ବରଙ୍କୁ କହିଲେ, ମୁଁ ଇଛାକରୁଛି ଯେ, ତୁମ୍ଭେ ଇଶ୍ମାଯଲକେୁ ଅନୁଗ୍ରହ କରିବ।
19ପରମେଶ୍ବର କହିଲେ, ନାଁ, ମୁଁ କହିଲେ, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସହେି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାଯୀ ହବେ।
20ମୁଁ ଇଶ୍ମାଯଲେ ବିଷଯ ରେ ତୁମ୍ଭର ଅନୁ ରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁସନ୍ତାନ ଜନ୍ମ ହବେେ। ତାହାଠାରୁ ବାରଜଣ ଅଧିପତି ଜନ୍ମ ନବେେ ତାଙ୍କର ପରିବାର ଏକ ବିରାଟ ଜାତି ହବେ।
21କିନ୍ତୁ ମାରେ ଚୁକ୍ତି ଇସ୍ହାକ ସହିତ ହବେ। ସାରା ଇସ୍ହାକକୁ ଜନ୍ମ ଦବେ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନବେ।
22ପରମେଶ୍ବର ଅବ୍ରହାମଙ୍କ ସହିତ କଥା ହାଇେ ସାରିବାପରେ ସ୍ବର୍ଗକୁ ଚାଲି ଗଲେ।
23ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।
24ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।
25ଇଶ୍ମାଯଲଙ୍କେୁ ଯେତବେେଳେ ତରେ ବର୍ଷ ବଯସ ହାଇେଥିଲା ସେତବେେଳେ ସେ ସୁନ୍ନତ ହେଲେ।
26ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଯଲେ ସହେି ଗୋଟିଏ ଦିନ ରେ ସୁନ୍ନତ ହେଲେ।
27ଯଦିଓ ଅବ୍ରହାମ ପରିବାର ସମସ୍ତ ଲୋକ ସଦେିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରିତଦାସମାନେ ମଧ୍ଯ ସୁନ୍ନତ ହେଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme