Home Bibles ଆୟୁବ ପୁସ୍ତକ 41 · ଓଡ଼ିଆ ବାଇବେଲ ||

ଆୟୁବ ପୁସ୍ତକ

Chapter 41

ଓଡ଼ିଆ ବାଇବେଲ
1ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ? 2ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ? 3ଲିବିଯାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ ? ସେ ତୁମ୍ଭକୁ କୋମଳ ଶବ୍ଦ ରେ କଥା କହିବ କି ? 4ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ? 5ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ? 6କବୈର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି ? ସମାନେେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ଯବସାଯୀମାନଙ୍କୁ ବିକିବେ କି ? 7ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି ? 8ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିଯାଥନ ଉପରେ ହାତ ରଖ, ତୁମ୍ଭେ କବେେ ଆଉଥରେ କରିବ ନାହିଁ ! ଭାବ ସେ କି ପ୍ରକାର ୟୁଦ୍ଧ ହବେ। 9ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ। 10କୌଣସି ମନୁଷ୍ଯ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। ଏବଂ କେଉଁ ମନୁଷ୍ଯ ତା' ବିରୁଦ୍ଧ ରେ ଠିଆ ମଧ୍ଯ ହାଇପୋରିବ ନାହିଁ। 11କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ। 12ମୁଁ ତୁମ୍ଭକୁ ଲିବିଯାଥନର ଗୋଡ଼, ତା'ର ବଳ ଓ ମନୋହର ଆକାର ବିଷଯ ରେ କିଛି କହିବି। 13କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ। 14କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ। 15ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ। 16ସଗେୁଡ଼ିକ ଏତେ ପାଖାପାଖି ଥାଏ ତା' ମଧିଅରେ ପବନ ମଧ୍ଯ ପଶିପା ରେ ନାହିଁ। 17ସଗେୁଡ଼ିକ ଗୋଟିଏ ଅନ୍ୟ ସହିତ ସଂୟୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାୟାଇ ପାରିବ ନାହିଁ। 18ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ। 19ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ। 20ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ। 21ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ। 22ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି। 23ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ। 24ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ। 25ସେ ଯେତବେେଳେ ଉେଠ, ବଳବାନ ଲୋକମାନେ ମଧ୍ଯ ଭୟଭୀତ ହାଇୟୋନ୍ତି। ସେ ଯେତବେେଳେ ଲାଞ୍ଜ ବୁଲାଏ ସମାନେେ ଦୌଡ଼ି ପଳାନ୍ତି। 26ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିଯାଥନକୁ ବାଜେ, କିନ୍ତୁ କବଳେ ସେସବୁ ଡ଼ଇେଁ ପଡ଼ି ଫରେି ଆ ସେ। ସହେି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ। 27ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ। ଏହା ତମ୍ବାକୁ ପଚାକାଠ ପରି ଭାଙ୍ଗି ପକାଏ। 28ତୀର ତାହାକୁ ଦଉଡ଼ାଇ ପା ରେ ନାହିଁ। ପଥର ଡ଼ଇେଁ ପଡ଼ି କୁଟା ପରି ଫରେିଆ ସେ। 29ଯେତବେେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା' ଦହେ ରେ ଲାଗିଲା। ସେ ଅଟ୍ଟହାସ୍ଯ କରେ ଯେତବେେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି। 30ତା'ର ତଳ ପଟରେ ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅ ରେ ଘୋଷାରି ହାଇେ ଗଲା ବେଳେ ବେଙ୍ଗଳା ରେ ବାଡ଼ଇବୋ ପରି ଚିହ୍ନ ଛାଡ଼ିୟାଏ। 31ଲବେିଯାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତଲେ ଫୁଟେ। 32ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ। 33ପୃଥିବୀ ରେ ଲିବିଯାଥନ ପରି ଆଉ ଦ୍ବିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯାହାରକି କାହାରିକୁ ଭୟ ନାହିଁ। 34ଲବେିଯାଥନ ସବୁଠାରୁ ଗର୍ବୀ, ପଶୁକୁ ବି ନୀଚ୍ଚ ଭାବରେ ଦେଖେ। ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସହେି ଲବେିଯାଥନକୁ ସୃଷ୍ଟି କରିଛି।

Choose Theme