ହିତୋପଦେଶ
Chapter 31
ଓଡ଼ିଆ ବାଇବେଲ1ଏହା ହେଉଛି ରାଜା ଲମୁଯଲଙ୍କେର ଉପଦେଶ ପୂର୍ଣ୍ଣ ବାକ୍ଯ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ।
2ତୁମ୍ଭେ ହେଉଛ ମାରେ ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସହେି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି।
3ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସମାନେେ ରାଜାମାନଙ୍କୁ ଧ୍ବଂସ କଲେ।
4ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
5ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି।
6ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
7ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ।
8ତୁମ୍ଭର ପାଟି ଫିଟାଅ ଓ ସମାନଙ୍କେ ପାଇଁ କୁହ, ଯେଉଁମାନେ ସମାନଙ୍କେ ପାଇଁ କହିପାରିବେ ନାହିଁ, କଷ୍ଟ ରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ।
9ମୁଖ ଫିଟାଇ ଯଥାର୍ଥ ବିଚାର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
10ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।
11ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ।
12ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ।
13ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ।
14ସେ ବାଣିଜ୍ଯ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ।
15ସେ ରାତ୍ର ଥାଉଥାଉ ଉେଠ, ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
16ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
17ସେ ଜଣେ ବଳବାନ୍ କାର୍ୟ୍ଯକାରୀ ସ୍ତ୍ରୀ ସେ ସବୁ ସମୟ କଠିନ ପରିଶ୍ରମ କରେ।
18ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ।
19ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।
20ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦଖାେଏ।
21ସେ କବେେ ହେଲେ ନିଜର ପରିବାର ବିଷଯ ରେ ଶୀତ ଋତୁ ରେ ଦୁଃଖିନୀ ହୁଏ ନାହିଁ। ଯେତବେେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।
22ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।
23ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।
24ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ।
25ସେ ପ୍ରଶଂସା ରେ ଯୋଗ୍ଯା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା'ର ଭବିଷ୍ଯତ୍ ଦେଖିପା ରେ।
26ସେ ଜ୍ଞାନପୂର୍ଣ୍ଣ କଥା କ ହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।
27ସେ କବେେ ଅଳସୁଆ ହୁଏ ନାହିଁ। ସେ ତା'ର ଗୃହର ପ୍ରେତ୍ୟକକ ଦ୍ରବ୍ଯର ଯତ୍ନ ନିଏ।
28ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।
29ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।
30ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।
31ସେ ପାଇବାର ଉପୟୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା' ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିୟାଇଛି ଲୋକମାନଙ୍କ ନଗର ଦ୍ବାର ରେ ତାହାର ପ୍ରଶଂସା ଆଣିଦିଏ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.