Home ହିତୋପଦେଶ 29 · ଓଡ଼ିଆ ବାଇବେଲ

ହିତୋପଦେଶ

Chapter 29

ଓଡ଼ିଆ ବାଇବେଲ
1ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।
2ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କତ୍ତୃର୍ତ୍ବ ପାଇଲେ, ଲୋକମାନେ ଆର୍ତ୍ତସ୍ବର କରନ୍ତି।
3ଯେଉଁ ପୁତ୍ର ଜ୍ଞାନକୁ ସ୍ନହେ କରେ, ସେ ଆପଣା ପିତାକୁ ଖୁସି ରେଖ। ମାତ୍ର ଯେ ବେଶ୍ଯାମାନଙ୍କଠା ରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
4ରାଜା ସୁବିଚାର ଦ୍ବାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ୟିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ବଂସ କରେ।
5ଯେଉଁଲୋକ ଆପଣା ପ୍ରତିବେଶୀର ଚାଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।
6ମନ୍ଦ ଲୋକର ଅଧର୍ମ ରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।
7ଧାର୍ମିକ ଲୋକ ଦରିଦ୍ର ଲୋକର ନ୍ଯାଯ ପାଇଁ ଯତ୍ନବାନ୍ ଥାନ୍ତି। ମାତ୍ର ତାହା ଜାଣିବା ପାଇଁ ମୂର୍ଖ ଲୋକର ବୁଦ୍ଧି ନାହିଁ।
8ନିନ୍ଦକ ମନୁଷ୍ଯ ନଗର ରେ ଅସୁବିଧା ପ୍ରଜ୍ଜ୍ବଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ଯମାନେ କୋରଧକୁ ଶାନ୍ତ କରନ୍ତି।
9ଯେତବେେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗ ରେ ବିଚାରାଳଯକୁ ୟାଏ, ମୂର୍ଖ ଲୋକ ରାଗି ୟାଏ ଏବଂ ୟୁକ୍ତି କରେ ଏବଂ ସଠାେ ରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।
10ରକ୍ତପାତ ପ୍ରିଯ ଲୋକମାନେ, ସିଦ୍ଧ ବ୍ଯକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ଯାଯବାନ ଲୋକ ତା'ର ଜୀବନକୁ ରକ୍ଷା କରେ।
11ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
12ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।
13ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି।
14ଯେଉଁ ରାଜା ବିଶ୍ବସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହବେ।
15ବାଡ଼ି ଓ ଅନୁୟୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା'ର ଇଚ୍ଛା ରେ ଛାଡ଼ି ଦେଲେ, ସେ ତା'ର ମାତାକୁ ଲଜ୍ଜ୍ଯା ଦିଏ।
16ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସମାନଙ୍କେର ନିପାଦ ଦେଖିବେ।
17ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦବେ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦବେ।
18ଯଦି ଏକ ଜାତି ପରମେଶ୍ବରଙ୍କର ପ୍ରକାଶିତବାକ୍ଯ ଦ୍ବାରା ନ ଚାଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କର ନିଯମ ମାନି ଚଳେ, ସେ ଆଶୀର୍ବାଦ ପାଏ।
19ମାତ୍ର କଥା ରେ ସବେକକୁ ସଂଶୋଧିତ କରାୟାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିଯା କରେ ନାହିଁ।
20ଯଦି ଜଣେ କିଛି ଚିନ୍ତା ନ କରି କିଛି କ ହେ, ତା ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠା ରେ ଭରସା ରଖିଲେ ଭଲ।
21ଯଦି ତୁମ୍ଭେ ତୁମ୍ଭ ସବେକକୁ ତା'ର ବାଲ୍ଯକାଳରୁ ଅଧିକ ପ୍ରଶ୍ରଯ ଦିଅ, ସେ ଜିଦ୍ଖୋର୍ ସବେକ ହାଇଯେିବ।
22ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।
23ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।
24ଚୋରର ଭାଗିଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଚାରାଳଯ ରେ ବାଧ୍ଯ ହୁଏ କହିବାକୁ, ତବେେ ସେ ସତ୍ଯ କହିବାକୁ ବହୁତ ଭୟ କରିବ।
25ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।
26ଅନକେ ଶାସନକର୍ତ୍ତାର ପାଖରୁ ନ୍ଯାଯ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ଯର ପ୍ରକୃତ ବିଚାର ସଦାପ୍ରଭୁଙ୍କଠାରୁ ଆସିଥାଏ।
27ଅଧର୍ମକାରୀ ଲୋକ ଧାର୍ମିକର ଘୃଣାର ବିଷଯ, ପୁଣି ସରଳ ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷଯ ହୁଏ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme