ଲୂକଲିଖିତ ସୁସମାଚାର
Chapter 21
ଓଡ଼ିଆ ବାଇବେଲ1ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।
2ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସହେି ବିଧବା ଲୋକଟି ଦାନବାକ୍ସ ରେ ଦୁଇଟି ତମ୍ବା ପଇସା ପକାଇଲା।
3ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଏହି ଗରୀବ ବିଧବାଟି କବଳେ ଦୁଇଟି ତମ୍ବାପଇସା ଦାନ ଦଲୋ। କିନ୍ତୁ ପ୍ରକୃତ ରେ ସେ ଏହି ଧନୀଲୋକମାନଙ୍କ ଠାରୁ ବହୁତ ଅଧିକ ଦଲୋ।
4ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସମାନେେ ସମାନଙ୍କେର ଦରକାର ନଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତାର ସର୍ବସ୍ବ ଦାନ କରି ଦଲୋ। ସହେି ଅର୍ଥ ତା'ର ବଞ୍ଚିବା ପାଇଁ ଦରକାର ଥିଲା।
5କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!
6କିନ୍ତୁ ଯୀଶୁ କହିଲେ, ଏବେ ତୁମ୍ଭମାନେେ ଏଠା ରେ ଯାହା ସବୁ ଦେଖୁଛ, ସମୟ ଆସିବ, ଯେତବେେଳେ ଏସବୁ ଧ୍ବଂସ ହାଇଯେିବ। ଏହି ଭବନଗୁଡିକର ପ୍ରେତ୍ୟକକ ପଥର ଭୂମିସାତ୍ ହାଇେ ପଡିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବନାହିଁ।
7କେତକେ ଶିଷ୍ଯ ଯୀଶୁଙ୍କୁ ପଚାରିଲେ, ଗୁରୁ! ଏସବୁ ଘଟଣା କବେେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ବାରା ଜଣା ପଡିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?
8ଯୀଶୁ କହିଲେ, ସାବଧାନ! ଭ୍ରାନ୍ତହୁଅ ନାହିଁ। ମାେ ନାମ ବ୍ଯବହାର କରି ଅନକେ ଲୋକ ଆସିବେ। ସମାନେେ କହିବେ, 'ମୁଁ ଖ୍ରୀଷ୍ଟ' ଏବଂ 'ଉପୟୁକ୍ତ ସମୟ ଆସିଯାଇଛି।' କିନ୍ତୁ ତୁମ୍ଭମାନେେ ସମାନଙ୍କେୁ ଅନୁସରଣ କରିବନାହିଁ।
9ତୁମ୍ଭମାନେେ ଯେତବେେଳେ ୟୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କବେେ ଡରିୟିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହବେ।
10ଯୀଶୁ ସମାନଙ୍କେୁ କହିଲେ, ଦେଶ ଦେଶ ବିରୁଦ୍ଧ ରେ ଲଢଇେ କରିବେ। ରାଜ୍ଯ ରାଜ୍ଯ ବିରୁଦ୍ଧ ରେ ଲଢଇେ କରିବେ।
11ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନକେ ସ୍ଥାନ ରେ ଘଟିବ। କେତକେ ସ୍ଥାନ ରେ ମରୁଡି ପଡିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚତାବେନୀ ଦବୋ ପାଇଁ ଆକାଶ ରେ ଅନକେ ଆଶ୍ଚର୍ୟ୍ଯ ଜନକ ବିଷୟ ଦଖାୟିବେ।
12କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନବେେ, ଓ ତୁମ୍ଭମାନଙ୍କୁ ୟନ୍ତ୍ରଣା ଦବେେ। ଲୋକମାନେ ସମାନଙ୍କେର ସମାଜଗୃହମାନଙ୍କ ରେ ତୁମ୍ଭମାନଙ୍କର ବିଚାର କରିବେ ଓ ତୁମ୍ଭମାନଙ୍କୁ କାରାଗାର ରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନା ରେ ତୁମ୍ଭମାନଙ୍କୁ ହାଜର କରାୟିବ। ତୁମ୍ଭମାନେେ ମାରେ ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ଯବହାର କରିବେ।
13କିନ୍ତୁ ଏହା ତୁମ୍ଭମାନଙ୍କୁ ମାେ ବିଷୟ ରେ କହିବାକୁ ସୁ ଯୋଗ ଦବେ।
14ତୁମ୍ଭମାନେେ ନିଜକୁ ରକ୍ଷା କରିବା ପାଇଁ କ'ଣ କହିବ, ସେଥିପାଇଁ ଆଦୌ ବ୍ଯସ୍ତ ହୁଅ ନାହିଁ।
15ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।
16ଏପରିକି ତୁମ୍ଭମାନଙ୍କର ବାପାମାଆ, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହାଇଯେିବେ। ସମାନେେ ତୁମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ମାରି ଦବେେ।
17ତୁମ୍ଭମାନେେ ମାରେ ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ।
18କିନ୍ତୁ ପ୍ରକୃତ ରେ ଏଥି ମଧ୍ଯରୁ କାହାରି ଦ୍ବାରା ମଧ୍ଯ ତୁମ୍ଭମାନଙ୍କ କ୍ଷତି ହବେନାହିଁ।
19ଏହି ସବୁ ଘଟଣା ଭିତ ରେ ତୁମ୍ଭମାନେେ ତୁମ୍ଭ ବିଶ୍ବାସ ରେ ଦୃଢ ରହିଲେ ନିଜକୁ ରକ୍ଷା କରିପାରିବ।
20ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।
21ସେତବେେଳେ ୟିହୂଦାର ଲୋକେ ପର୍ବତ ଆଡକୁ ପଳାଇୟିବା ଉଚିତ। ୟିରୁଶାଲମ ନଗର ଭିତ ରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡି ଚାଲିୟିବା ଉଚିତ। ଜଣେ ଯଦି ନଗର ବାହା ରେ ଥିବ, ତବେେ ସେ ନଗର ଭିତରକୁ ୟିବା ଉଚିତ ନୁହେଁ।
22ପରମେଶ୍ବର କେତବେେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦବେେ, ସହେି ସମୟ ବିଷୟ ରେ ଭବିଷ୍ଯଦ୍ବକ୍ତାମାନେ ଅନକେ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସହେି ସମୟ ବିଷୟ ରେ କହୁଛି, ଯେତବେେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।
23ଗର୍ଭବତୀ ସ୍ତ୍ରୀ ଓ କୋଳ ରେ େଛାଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସହେି ଦିନଗୁଡିକ ଅତ୍ଯନ୍ତ ଭୟାନକ ହବେ। କାରଣ ସହେି ଦିନମାନଙ୍କ ରେ ଏହି ଦେଶ ଉପରକୁ ବହୁତ ବିପଦ ମାଡି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ବର କୋରଧ କରିବେ।
24କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।
25ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।
26ସଂସାରକୁ ମାଡି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟ ରେ ମୂର୍ଚ୍ଛିତ ହାଇଯେିବେ। ଆକାଶ ମଣ୍ଡଳର ପ୍ରେତ୍ୟକକ ବିଷୟ ବଦଳି ୟିବ।
27ସେତବେେଳେ ଲୋକେ ମନୁଷ୍ଯ ପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।
28ଯେତବେେଳେ ଏସବୁ ଘଟଣା ଘଟିବା ଆରମ୍ଭ ହାଇଯେିବ, ତୁମ୍ଭମାନେେ ଭୟ କରିବନାହିଁ। ଉପରକୁ ଚାହିଁ ଖୁସି ହବେ, ଆଦୌ ବ୍ଯସ୍ତ ହବେନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହାଇଗେଲାଣି ବୋଲି ଏଥିରୁ ଜାଣିବ।
29ତା'ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, ସବୁ ଗଛଗୁଡିକୁ ଦେଖ। ଡିମ୍ବିରି ଗଛଟି ଗୋଟିଏ ଭଲ ଉଦାହରଣ।
30ସଗେୁଡିକରେ ଯେତବେେଳେ ନୂଆ ପତ୍ର କଅଁଳେ, ତୁମ୍ଭମାନେେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି।
31ସହେିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସଗେୁଡିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭମାନେେ ଜାଣି ପାରିବ ଯେ, ପରମେଶ୍ବରଙ୍କ ରାଜ୍ଯ ନିକଟ ହାଇଗେଲାଣି।
32ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସବୁ ରେ ଲୋକେ ବଞ୍ଚିଥିବା ସମୟ ଭିତ ରେ ଏସବୁ ଘଟଣା ଘଟିବ।
33ପୃଥିବୀ ଓ ଆକାଶ ଲୋପ ହାଇଯୋଇପା ରେ। କିନ୍ତୁ ମାରେବାକ୍ଯ କଦାପି ଲୋପ ହବେନାହିଁ। ମାରେ ବାକ୍ଯ ଅନନ୍ତକାଳସ୍ଥାଯୀ।
34ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।
35ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳିଆସିୟିବା
36ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା
37ସହେି ଦିନଗୁଡିକରେ ଯୀଶୁ ଲୋକମାନଙ୍କୁ ମନ୍ଦିର ରେ ଉପଦେଶ ଦେଉଥିଲେ। ରାତ୍ରିକାଳ ରେ ସେ ନଗର ବାହାରକୁ ଚାଲି ଯାଉଥିଲେ ଓ ସାରା ରାତି ଜୀତ ପର୍ବତ ଉପରେ କଟାଉଥିଲେ।
38ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡୁଥିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.