ଯୋହନଲିଖିତ ସୁସମାଚାର
Chapter 7
ଓଡ଼ିଆ ବାଇବେଲ1ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।
2ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।
3ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।
4ଯଦି କୌଣସି ଲୋକ ଚା ହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତବେେ ସେ ତା'ର କାର୍ୟ୍ଯସୂଚୀ ଲୁଚଇବୋ ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗ ରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ସମାନଙ୍କେୁ ଦେଖିବାକୁ ଦିଅ।
5(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)
6ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।
7ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।
8ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।
9ଏକଥା କହିବା ପରେ ଯୀଶୁ ଗାଲିଲୀ ରେ ରହିଗଲେ।
10ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।
11ଯିହୂଦୀମାନେ ପର୍ବ ରେ ଯୀଶୁଙ୍କୁ ଖାଜେିଲେ। ସମାନେେ ପଚାରିଲେ, ସହେି ଲୋକଟି କାହିଁ?
12ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
13କିନ୍ତୁ ଲୋକମାନଙ୍କ ମଧିଅରେ ଏପରି କହେି ସାହାସୀ ନଥିଲେ, ୟିଏ କି ଯୀଶୁଙ୍କ ବିଷୟ ରେ ଖାେଲା ଖାଲିେ ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।
14ପର୍ବ ପ୍ରାୟ ଅଧାଅଧି ଶଷେ ହାଇେ ଯାଇଥିଲା। ତା'ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦବୋ ରେ ଲାଗିଲେ।
15ଯିହୂଦୀମାନେ ଅଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ ଲୋକ କବେେ ବିଦ୍ଯାଳୟ ରେ ପଢି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?
16ଯୀଶୁ ଉତ୍ତର ଦେଲେ, ମୁଁ ଯାହା ଉପଦେଶ ଦେଉଛି, ତାହା ମାେ ନିଜର ନୁହେଁ। ମାରେ ଶିକ୍ଷାଗୁଡିକ ମାେତେ ପଠାଇଥିବା ପରମେଶ୍ବରଙ୍କଠାରୁ ଆସିଛି।
17ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।
18ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଚାର କରେ, ସେ ନିଜ ପାଇଁ ସମ୍ମାନ ଚା ହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ ରରଣକେର୍ତ୍ତାଙ୍କର ସମ୍ମାନ ଚା ହେଁ ସେ ସତ୍ଯ କ ହେ। ତା' ପାଖ ରେ କିଛି ମିଥ୍ଯା ନାହିଁ।
19ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?
20ଲୋକମାନେ କହିଲେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦଇେଛି। ଆମ୍ଭ ତୁମ୍ଭକୁ ମାରିବାକୁ ଚେଷ୍ଟାକରୁ ନାହୁଁ।
21ଯୀଶୁ ସମାନଙ୍କେୁ କହିଲେ, ମୁଁ ଗୋଟିଏ ଆଶ୍ଚର୍ୟ୍ଯକାର୍ୟ୍ଯ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ୟ୍ଯ ହାଇେଥିଲ।
22ମାଶାେ ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତ ରେ ମାଶାେ ତୁମ୍ଭକୁ ସୁନ୍ନତ ବିଷୟ ଦଇେ ନାହାଁନ୍ତି। ଏହାତ ମାଶାଙ୍କେ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ େ ବେଳବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ।
23ଏଥିରୁ ଜଣାପଡେ ଯେ, କୌଣସି ଲୋକକୁ ମାଶାଙ୍କେର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରା ଯାଇପା ରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦହକେୁ ସୁସ୍ଥ କଲି ଦବେେ ତୁମ୍ଭେ କାହିଁକି ରାଗୁଛ?
24କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।
25ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।
26କିନ୍ତୁ ସେ ପ୍ରକାଶ ରେ ପ୍ରଚାର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଚାର ବନ୍ଦ କରିବା ପାଇଁ ଚେଷ୍ଟା କରୁନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତ ରେ ଖ୍ରୀଷ୍ଟ।
27କିନ୍ତୁ ଆମ୍ଭେ ଜାଣୁ ଏହି ବ୍ଯକ୍ତି କେଉଁଠାରୁ ଆସିଛି। ଯେତବେେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତବେେଳେ କହେି ତାହାଙ୍କର ଆସିବା ସ୍ଥାନ ଜାଣିପାରିବେ ନାହିଁ।
28ଯୀଶୁ ମନ୍ଦିର ରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ବର ରେ କହିଲେ, ହଁ, ତୁମ୍ଭେ ମାେତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ଯ ଜାଣ। କିନ୍ତୁ ମୁଁ ମାରେ ନିଜ ଅଧିକାର ବଳ ରେ ଆସି ନାହିଁ। ମୁଁ ସତ୍ଯ ପରମେଶ୍ବରଙ୍କ ଦ୍ବାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।
29କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।
30ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କହେି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତବେେଳେ ମଧ୍ଯ ତାହାଙ୍କୁ ହତ୍ଯା କରିବାର ଉଚିତ୍ ସମୟ ହାଇନେଥିଲା।
31ବହୁତ ଲୋକ ଯୀଶୁଙ୍କୁ ବିଶ୍ବାସ କଲେ। ଲୋକମାନେ କହିଲେ, ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ଯକ୍ତି ଯେଉଁ ସବୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ଯକ୍ତି ନିଶ୍ଚୟ ଖ୍ରୀଷ୍ଟ ହାଇେଥିବେ।
32ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।
33ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମାେତେ ୟିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫରେିୟିବି।
34ତୁମ୍ଭମାନେେ ମାେତେ ଖାଜେିବ, କିନ୍ତୁ ମାେତେ ପାଇବ ନାହିଁ। ଆଉ, ମୁଁ ଯେଉଁଠା ରେ ଥିବି, ସଠାେକୁ ତୁମ୍ଭମାନେେ ଯାଇ ପାରିବନାହିଁ।
35ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?
36ଏହି ଲୋକ କହୁଛି, 'ତୁମ୍ଭେ ମାେତେ ଖାଜେିବ, କିନ୍ତୁ ପାଇବ ନାହିଁ। ସେ ପୁଣି କହୁଛି, 'ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।' ଏହାର ଅର୍ଥ କ'ଣ?
37ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।
38ଯଦି କୌଣସି ଲୋକ ମାଠାେ ରେ ବିଶ୍ବାସ କରେ ତବେେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହବେ। ଏହି କଥା ଧର୍ମ ଶାସ୍ତ୍ର ରେ ଲଖାେ ଅଛି।
39ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟ ରେ କହୁଥିଲେ। ଯୀଶୁ ଏପର୍ୟ୍ଯନ୍ତ ମୃତ୍ଯୁ ଭୋଗ କରି ନଥିବାରୁ ଓ ସେ ମହିମାପ୍ରାପ୍ତ ହାଇେ ନଥିବାରୁ ଲୋକମାନଙ୍କୁ ଏପର୍ୟ୍ଯନ୍ତ ପବିତ୍ର ଆତ୍ମା ଦିଆଯାଇ ନଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ବାସ କରିବେ, ସମାନେେ ପବିତ୍ର ଆତ୍ମା ଲାଭ କରିବେ।
40ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।
41ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।
42ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।
43ତେଣୁ ଲକମାନେେ ଯୀଶୁଙ୍କ ବିଷୟ ରେ ଭିନ୍ନ ଭିନ୍ନ ମତ ଦେଲେ।
44ଲୋକମାନଙ୍କ ମଧ୍ଯରୁ କେତକେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଚାହିଁଲେ। କିନ୍ତୁ କହେି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।
45ମନ୍ଦିର ରେ ସୈନ୍ଯମାନେ ମୁଖ୍ଯଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫରେି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?
46ମନ୍ଦିରର ସୈନ୍ଯମାନେ ଉତ୍ତର ଦେଲେ, ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ଯବାନ୍।
47ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।
48କୌଣସି ନେତା କ'ଣ ତାକୁ ବିଶ୍ବାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ଯରୁ କ'ଣ ତାହାଙ୍କୁ କହେି ବିଶ୍ବାସ କରିଛନ୍ତି? ନା।
49ଏହି ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ କିଛି ଜାଣନ୍ତିନି, ସମାନେେ ଶାପଗ୍ରସ୍ତ।
50କିନ୍ତୁ ସହେି ଦଳ ରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ।
51ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।
52ଯିହୂଦୀନେତାମାନେ ଉତ୍ତର ଦେଲେ, ତୁମ୍ଭେ କ'ଣ ସହେି ଗାଲିଲୀୟମାନଙ୍କ ମଧ୍ଯରୁ ଜଣେ? ଧର୍ମଶାସ୍ତ୍ରଗୁଡିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ଯଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।
53ତା'ପରେ ସେ ସ୍ଥାନ ଛାଡି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.