Home ଯୋହନଲିଖିତ ସୁସମାଚାର 11 · ଓଡ଼ିଆ ବାଇବେଲ

ଯୋହନଲିଖିତ ସୁସମାଚାର

Chapter 11

ଓଡ଼ିଆ ବାଇବେଲ
1ଲାଜାର ନାମ ରେ ଜଣେ ବ୍ଯକ୍ତି ଅସୁସ୍ଥ ଥିଲେ। ସେ ବେଥନିଆ ନଗର ରେ ରହୁଥିଲେ। ସଠାେରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ଯ କରୁଥିଲେ।
2ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।
3ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।
4ଯୀଶୁ ଏହି କଥା ଶୁଣି କହିଲେ, ତାହାର ପୀଡା ମୃତ୍ଯୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ବରଙ୍କର ଗୌରବ ନିମନ୍ତେ। ପରମେଶ୍ବରଙ୍କର ପୁତ୍ର ଏହା ଦ୍ବାରା ଗୌରବାନ୍ବିତ ହବେେ।
5ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।
6ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସଠାେରେ ଆହୁରି ଦୁଇ ଦିନ ରହିଗଲେ।
7ତାପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଚାଲ, ଆମ୍ଭେ ୟିହୂଦା ପ୍ରଦେଶକୁ ଫରେିୟିବା।
8ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?
9ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।
10କିନ୍ତୁ ରାତି ରେ ଜଣେ ଲୋକ ଝୁଣ୍ଟେ, କାରଣ ରାତି ବେଳେ ତାକୁ ଦେଖିବା ରେ ସାହାୟ୍ଯ କରିବା ପାଇଁ ଆଲୋକ ନଥାଏ।
11ଯୀଶୁ ଏକଥା କହିବା ସାରିବା ପରେ, କହିଲେ, ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶାଇେଛନ୍ତି। ମୁଁ ତାହାଙ୍କୁ ଉେଠଇବା ପାଇଁ ସଠାେକୁ ଯାଉଛି।
12ଶିଷ୍ଯମାନେ ଉତ୍ତର ଦେଲେ, କିନ୍ତୁ ପ୍ରଭୁ, ଯଦି ସେ ଶାଇେଛନ୍ତି, ତବେେ ସେ ସୁସ୍ଥ ହାଇେ ଯିବେ।
13ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ଯମାନେ ବୁଝିଲେ ଯେ ସେ ସାଧାରଣ ଶାଇେବା ବିଷୟ ରେ କହୁଛନ୍ତି।
14ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି,
15ମୁଁ ଖୁସି ଯେ ମୁଁ ସଠାେରେ ନଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭମାନେେ ମାଠାେ ରେ ବିଶ୍ବାସ କରିବ। ଚାଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ୟିବା।
16ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।
17ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।
18ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
19ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।
20ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।
21ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।
22କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।
23ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
24ମାର୍ଥା ଉତ୍ତର ଦେଲେ, ମୁଁ ଜାଣେ, ପୁନରୁତ୍ଥାନ ଦିନ ରେ ଯେତବେେଳେ ସମସ୍ତେ ମୃତ୍ଯୁରୁ ବଞ୍ଚି ଉଠିବେ, ସେତବେେଳେ ସେ ମଧ୍ଯ ମୃତ୍ଯୁରୁ ବଞ୍ଚି ଉଠିବ।
25ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
26ମାେ'ଠା ରେ ରହୁଥିବା ଓ ବିଶ୍ବାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ବାସ କର?
27ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।
28ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, ଏଠା ରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖାଜେୁଛନ୍ତି।
29ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
30ଯୀଶୁ ସହେି ସମୟ ପର୍ୟ୍ଯନ୍ତ ଗ୍ରାମକୁ ଆସି ନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନ ରେ ଦେଖିଥିଲେ, ସେ ପର୍ୟ୍ଯନ୍ତ ସେ ସହେିଠା ରେ ଥିଲେ।
31ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।
32ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡିଗଲେ। ମରିୟମ କହିଲେ, ପ୍ରଭୁ, ଆପଣ ଯଦି ଏଠା ରେ ଥାଆନ୍ତେ ତବେେ ମାେ ଭାଇ ମରି ନ ଥାଆନ୍ତା।
33ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
34ଯୀଶୁ କହିଲେ, ତୁମ୍ଭେ ଲାଜାରଙ୍କୁ କେଉଁଠା ରେ ରଖିଛ? ସମାନେେ କହିଲେ, ପ୍ରଭୁ ଆସି ଦେଖନ୍ତୁ।
35ଯୀଶୁ କାନ୍ଦିଲେ।
36ଯିହୂଦୀମାନେ କହିଲେ, ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନହେ କରୁଥିଲେ।
37କିନ୍ତୁ କେତକେ ଯିହୂଦୀ କହିଲେ, ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରି ଦଇେଥିଲେ। ତବେେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚଇେ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।
38ଯୀଶୁ ପୁଣି ବହୁତ ବ୍ଯତିବ୍ଯସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁ ରେ ଗୋଟିଏ ବଡ ପଥର ଘୋଡଇେ ଦିଆଯାଇଥିଲା।
39ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।
40ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।
41ତେଣୁ ସମାନେେ ପଥର ବାହାର କଲେ। ତା'ପରେ ଯୀଶୁ ଉର୍ଦ୍ଧ୍ବକୁ ଚାହିଁ କହିଲେ, ହେ ପରମପିତା, ତୁମ୍ଭକୁ ଧନ୍ଯବାଦ ଦେଉଅଛି, କାରଣ ତୁମ୍ଭେ ମାେ କଥା ଶୁଣିଛ।
42ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।
43ଏହା ପରେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଲାଜାର, ବାହାରି ଆସ।
44ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।
45ସଠାେରେ ମରିୟମଙ୍କୁ ଦଖାେ କରିବା ନିମନ୍ତେ ଅନକେ ଯିହୂଦୀ ଆସିଥିଲେ। ସମାନେେ ସମସ୍ତେ ଯୀଶୁଙ୍କର କାର୍ୟ୍ଯ ଦେଖିଲେ। ସମାନଙ୍କେ ଭିତରୁ ଅନକେ ଯିହୂଦୀ ତାହାଙ୍କୁ ବିଶ୍ବାସ କଲେ।
46କିନ୍ତୁ କେତକେ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫରେିଗଲେ। ସମାନେେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ୟ୍ଯ ବର୍ଣ୍ଣନା କଲେ।
47ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
48ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।
49ସମାନଙ୍କେ ମଧ୍ଯରୁ କଯାଫା ନାମକ ଜଣେ ବ୍ଯକ୍ତି ଥିଲେ। ସେ ସହେି ବର୍ଷପାଇଁ ମହାୟାଜକ ଥିଲେ। କଯାଫା କହିଲେ, ତୁମ୍ଭେ ସବୁ କିଛି ଜାଣି ନାହଁ।
50ସମଗ୍ର ଜାତି ଧ୍ବଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।
51କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।
52ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦବେେ। କିନ୍ତୁ ସେ ପରମେଶ୍ବରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ଯ ଜୀବନ ଦବେେ, ଯେଉଁମାନେ ଜଗତର ଚାରିଆଡେ ଚ୍ଛିନ୍ନ ଭିନ୍ନ ହାଇେ ରହିଛନ୍ତି। ସମାନଙ୍କେୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ଯୁ ଭୋଗ କରିବେ।
53ସହେି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଯୋଜନା କଲେ।
54ତେଣୁ ଯୀଶୁ ଯିହୂଦୀମାନଙ୍କ ମଧିଅରେ ଖାେଲାଖାଲିେ ଭାବରେ ଯାତ୍ରା କରିବା ବନ୍ଦ କରି ଦେଲେ। ସେ ୟିରୂଶାଲମ ଛାଡି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସହେି ସହରର ନାମ ଏଫ୍ରଯିମ। ସେ ସଠାେରେ ନିଜ ଶିଷ୍ଯମାନଙ୍କ ସହିତ ରହିଲେ।
55ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।
56ସମାନେେ ଯୀଶୁଙ୍କୁ ଖାଜେିଲେ। ସମାନେେ ମନ୍ଦିର ପରିସର ରେ ପରସ୍ପରକୁ ପଚାରିଲେ, ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?
57କିନ୍ତୁ ମହାୟାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧ ରେ ଗୋଟିଏ ବିଶଷେ ଆଦେଶ ଦଇେଥିଲେ। ସମାନେେ ଘାଷେଣା କରିଥିଲେ ଯେ, ଯୀଶୁ କେଉଁଠା ରେ ଅଛନ୍ତି ଏହା ଜାଣିଥିବା ବ୍ଯକ୍ତି ସଙ୍ଗେ ସଙ୍ଗେ ସମାନଙ୍କେୁ ଜଣାଇବ। ତବେେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme