ଯିଶାଇୟ
Chapter 54
ଓଡ଼ିଆ ବାଇବେଲ1ହେ ବନ୍ଧ୍ଯା, ଅପ୍ରସୂତି ନାରୀ ! ତୁମ୍ଭେ ଗାନ କର। ହେ ଗର୍ଭବଦନୋରହିତ ନାରୀ ! ତୁମ୍ଭେ ଉଚ୍ଚସ୍ବର ରେ ଗାନକରି ଆନନ୍ଦଧ୍ବନି କର। କାରଣ ସଦାପ୍ରଭୁ କୁହନ୍ତି, ବିବାହିତା ଭାର୍ୟ୍ଯାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।
2ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
3କାରଣ ତୁମ୍ଭେ ଦକ୍ଷିଣ ଓ ବାମ ରେ ବ୍ଯାପି ୟିବ ଓ ତୁମ୍ଭର ବଂଶ ଅନ୍ୟଦେଶୀଯମାନଙ୍କୁ ଅଧିକାର କରିବେ ଏବଂ ଜନଶୂନ୍ଯ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।
4ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହବେ ନାହିଁ ; କିମ୍ବା ବିଷଣ୍ଣମନା ହୁଅ ନାହିଁ ; କାରଣ ତୁମ୍ଭକୁ ଲଜ୍ଜିତ କରାୟିବ ନାହିଁ। ତୁମ୍ଭେ ୟୌବନକାଳର ଲଜ୍ଜା ଭୁଲିୟିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।
5କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
6କାରଣ ତୁମ୍ଭ ପରମେଶ୍ବର କୁହନ୍ତି, ତ୍ଯକ୍ତା ଓ ମନୋଦୁଃଖିନୀ ଭାର୍ୟ୍ଯା କିମ୍ବା ୟୌବନକାଳୀନ ପରିତ୍ଯକ୍ତା ଭାର୍ୟ୍ଯାପରି ସଦାପ୍ରଭୁ ତୁମ୍ଭକୁ ଆହ୍ବାନ କରିଅଛନ୍ତି।
7ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ଯାଗ କରିଅଛୁ, ମାତ୍ର ମହାକରୁଣା ରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।
8ଅତି କୋରଧ ରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଚାଇଲୁ ; ମାତ୍ର ଅନନ୍ତକାଳସ୍ଥାଯୀ ଦୟା ରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା। ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।
9କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
10ସଦାପ୍ରଭୁ ଯେ କି ତୁମ୍ଭପ୍ରତି କରୁଣା କରିଅଛନ୍ତି କୁହନ୍ତି : ଯଦିଓ ପର୍ବତଗୁଡ଼ିକ ବିଚଳିତ ହାଇେ ଘୁଞ୍ଚିଯିବେ ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂ ରଇେ ୟିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ଯବସ୍ଥା ଟଳିବ ନାହିଁ।'
11 ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12ଆମ୍ଭେ ପଦ୍ମରାଗ ମଣି ରେ ତୁମ୍ଭ ସ୍ତମ୍ଭର ଚୂଡ଼ା, ସୂର୍ୟ୍ଯକାନ୍ତ ମଣି ରେ ତୁମ୍ଭ ନଗରର ଦ୍ବାର ସକଳ ଓ ମନୋରମ ପ୍ରସ୍ତର ରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।
13ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।
14ତୁମ୍ଭେ ଧାର୍ମିକତା ରେ ସ୍ଥିରୀକୃତ ହବେ ; ତୁମ୍ଭେ ଅତ୍ଯାଚାରରୁ ଦୂ ରଇେ ରହିବ ; କାରଣ ତୁମ୍ଭେ ଭୟଭୀତ ହବେ ନାହିଁ, ପୁଣି ଭୟଠାରୁ ଦୂ ରଇେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
15ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଏକମତ ହାଇପୋରନ୍ତି, କିନ୍ତୁ ସମାନେେ ମାେ ପ୍ରତି ଯେ କହେି ତୁମ୍ଭ ବିରୁଦ୍ଧ ରେ ୟାଏ, ସେ ସମାନଙ୍କେ ପତିତକୁ ବହନ କରିବେ।
16 ଦେଖ, ଯେଉଁ କମାର କୋଇଲା ରେ ଅଗ୍ନିଦଇେ ତାଉ କରେ ଓ ଆପଣା କାର୍ୟ୍ଯ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ବିନାଶପାଇଁ' ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
17ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.