Home ଯିରିମିୟ 26 · ଓଡ଼ିଆ ବାଇବେଲ

ଯିରିମିୟ

Chapter 26

ଓଡ଼ିଆ ବାଇବେଲ
1ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ପ୍ରାରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
2ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସମାନଙ୍କେୁ ଆମ୍ଭର ଆଜ୍ଞାନୁସା ରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।
3ସମାନେେ ହୁଏତ ଆମ୍ଭର କଥାପ୍ରତି ଧ୍ଯାନ ଦବେେ ଓ ଆମ୍ଭର ଆଜ୍ଞା ପାଳନ କରିବେ। ହାଇପୋ ରେ ସମାନେେ କୁପଥରୁ ଫରେିବେ। ତାହା ହେଲେ ଆମ୍ଭେ ସମାନଙ୍କେର ଦୁଷ୍ଟତା ଯୋଗୁଁ ସମାନଙ୍କେ ପ୍ରତି ଯେଉଁ ଦଣ୍ଡ ଦବୋକୁ ମନସ୍ଥ କରିଅଛୁ, ସେଥିରୁ ନିବୃତ୍ତ ହବୋ।
4ପୁଣି ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭ ବ୍ଯବସ୍ଥାନୁସା ରେ ଚାଲିବ ଓ ଆମ୍ଭର ବାକ୍ଯ ପ୍ରତି ଧ୍ଯାନ ଦବେ।
5ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭମାନେେ ସମାନଙ୍କେ କଥା ପ୍ରତି ଅବଧାନ କରି ନାହଁ।
6ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'
7ସଦାପ୍ରଭୁଙ୍କ ମନ୍ଦିର ରେ ଯିରିମିୟ ଏହି କଥା କହିଲା ବେଳେ ସମସ୍ତ ଯାଜକ, ଭବିଷ୍ଯଦବକ୍ତା ଓ ଲୋକମାନେ ଶୁଣିଲେ।
8ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପ ରେ ଯାଜକମାନେ, ଭବିଷ୍ଯଦବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚଯ କରିବ।
9ସମାନେେ ପୁଣି କହିଲେ, ତୁମ୍ଭେ କିପରି ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହବେ ଓ ୟିରୁଶାଲମ ନଗର ଧ୍ବଂସ ଓ ନିବାସହୀନ ହବେ। ସଦାପ୍ରଭୁଙ୍କ ମନ୍ଦିର ରେ ସମସ୍ତ ଲୋକ ଯିରିମିୟଙ୍କ ଚାରିପଟେ ରୁଣ୍ଡ ହେଲେ।
10ଅନନ୍ତ ରେ ଯିହୁଦାର ଅଧିପତିମାନେ ଏହିସବୁ ବିଷଯ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ବାରର ପ୍ରବେଶ ସ୍ଥାନ ରେ ବସିଲେ।
11ତା'ପ ରେ ଯାଜକମାନେ ଓ ଭବିଷ୍ଯଦବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ; କାରଣ ସେ ଏହି ନଗର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛି, ଏହା ତୁମ୍ଭମାନେେ ସ୍ବକର୍ଣ୍ଣ ରେ ଶୁଣିଅଛ।
12ତା'ପ ରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ତୁମ୍ଭମାନେେ ଯେଉଁସବୁ କଥା ଶୁଣିଅଛ, ସହେିସବୁ ଭବିଷ୍ଯଦବାକ୍ଯ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧ ରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ପ୍ ରରଣେ କଲେ।
13ତେଣୁ ତୁମ୍ଭମାନେେ ନିଜ ନିଜ ଆଚରଣ ଓ କ୍ରିଯା ବଦଳାଅ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ପାଳନ କର। ତାହା ହେଲେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଛନ୍ତି, ତାହା କରିବାରୁ ସେ ନିବୃତ୍ତ ହବେେ।
14ଆଉ ମାେ ସମ୍ବନ୍ଧ ରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତ ରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ ତାହା ମାେ ପ୍ରତି କର।
15ତୁମ୍ଭମାନେେ ଯଦି ମାେତେ ବଧ କରିବ, ତବେେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପ ରେ, ଏହି ନଗର ଉପ ରେ ଓ ତଦନିବାସୀମାନଙ୍କ ଉପ ରେ ନିର୍ଦ୍ ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚର ରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମାେତେ ପ୍ ରରଣେ କରିଅଛନ୍ତି, ଏହା ସତ୍ଯ।
16ତା'ପ ରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ଯଦବକ୍ତାମାନଙ୍କୁ କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯିରିମିୟଙ୍କୁ ଏହିସବୁ କହିଛନ୍ତି।
17ସେତବେେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ଯରୁ କହେି କହେି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ।
18ଯିହୁଦାର ରାଜା ହିଜକିଯଙ୍କ ସମୟରେ ମେ ରେଷ୍ଟୀଯର ମୀଖା ଭବିଷ୍ଯଦବାକ୍ଯ ପ୍ରଚାର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,
19ଯିହୁଦାର ରାଜା ହିଜକିଯ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିଯ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସମାନଙ୍କେ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭମାନେେ ଯିରିମିୟଙ୍କ ପ୍ରତି କିଛି କରୁ, ତବେେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳ ରେ ଅମଙ୍ଗଳ କରୁଅଛୁ।
20ଆହୁରି ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାରକାରୀ ଅନ୍ୟ ଏକ ବ୍ଯକ୍ତି ଥିଲା। ସେ କିରିଯତ୍-ସିଯାରୀମସ୍ଥ ସମଯିଯର ପୁତ୍ର ଉରିଯ ; ସେ ଯିରିମିୟର ସମସ୍ତ ବାକ୍ଯପରି ଏହି ନଗର ଓ ଏହି ଦେଶ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଥିଲା।
21ରାଜା ଯିହାୟୋକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିଯଙ୍କ ଭବିଷ୍ଯଦବାଣୀ ଶୁଣିଲେ। ତା'ପ ରେ ରାଜା ଯିହାୟୋକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିଯ ଭୟଭୀତ ହାଇେ ମିଶରକୁ ପଳାଇଲା।
22ମାତ୍ର ରାଜା ଯିହାୟୋଦାରକୀମ୍ ଅକବୋରର ପୁତ୍ର ଇଲନାଥନକୁ ଓ ତାଙ୍କ ସହିତ ଅନ୍ୟ କେତକେ ଲୋକଙ୍କୁ ମିଶରକୁ ପଠାଇଲା।
23ତହୁଁ ସମାନେେ ଉରିଯକୁ ମିଶରରୁ ଆଣି ଯିହାୟୋଦାରକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶ ରେ ଉରିଯକୁ ଖଡ୍ଗ ରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନ ରେ ତାହାର ଶବ ପକାଗଲା।
24ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme